ଦଇବ ଯନ୍ତ୍ରଣା । ମାଟିରେ ଶୋଇ ରହିଛି ୩ବର୍ଷ ଝିଅ । ବସିବାକୁ ସାହାରା ଖୋଜୁଛି, ହେଲେ ନା ବସିପାରୁଛି ନା ସ୍ୱାଭାବିକ ଢଙ୍ଗରେ ପିଲାଙ୍କ ଭଳି କିଛି କହିପାରୁଛି । କେବଳ ତରଳ ଖାଦ୍ୟକୁ ଚାମଚ ମାଧ୍ୟମରେ ଖାଇ ବଞ୍ଚି ରହିଛି ୩ ବର୍ଷର ଝିଅ ରାଜଲକ୍ଷ୍ମୀ । ଜନ୍ମ ହେବାର ୩ ମାସ ପରେ ହାଇଡ୍ରୋ-କେଫାଲସ ରୋଗରେ ପୀଡିତ ଏହି ନୀରିହ ଶିଶୁ । ଅସ୍ୱାଭାବିକ ଭାବେ ଧିରେ ଧିରେ ମୁଣ୍ଡ ବଢିବା ସହ ଡାହାଣ ହାତଟି ପାରାଲାଇଜ ହେବାରେ ଲାଗିଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅପରେସନ ବିଫଳ ହେବାପରେ ଏବେ ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ଅସହାୟ ବାପା ମା’ । ପୁରୀ ନବକଳେବର ରୋଡରେ ଏକ ଭଡା ଘରେ ରହୁଥିବା ରାଜଲକ୍ଷ୍ମୀର ବାପା ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି । ଝିଅକୁ ସୁସ୍ଥ କରିବା ପାଇଁ ୪ ମାସ ହେଲା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏମସ୍ ରେ ଚିକିତ୍ସା କରାଇଥିଲେ । ହେଲେ ଅର୍ଥ ବାଧକ ସାଜିବାରୁ ପରବର୍ତ୍ତୀ ଅପରେସନ କରାଇପାରିନଥିଲେ । ଯାହା ଫଳରେ ରାଜଲକ୍ଷ୍ମୀର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସଙ୍କଟାପର୍ଣ୍ଣ ହୋଇପଡିଛି । ଝିଅକୁ ସୁସ୍ଥ କରିବା ପାଇଁ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅସହାୟ ବାପା ମା’ । ଓଏସଟିଏଫ ମାଧ୍ୟମରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ପ୍ରଶାସନ ଅଣ୍ଟା ଭିଡିବା ସହ ସିଡିଏମଓଙ୍କୁ ବିସ୍ତୃତ ତଥ୍ୟ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଅପରେସନ ମାଧ୍ୟମରେ ହାଇଡ୍ରୋ-କେଫାଲସ ରୋଗରୁ ରାଜଲକ୍ଷ୍ମୀ ମୁକୁଳି ପାରିବ ବୋଲି ଡାକ୍ତର ମତ ଦେଇଛନ୍ତି । ସରକାରୀସ୍ତରରେ ପ୍ରତିଶୃତି ମିଳିବା ପରେ ଏବେ ରାଜଲକ୍ଷ୍ମୀର ସୁସ୍ଥ ହେବା ନେଇ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here