ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଞ୍ଜାମର ୫ ମୃତକ ପୁରୁଷ, ଏବଂ ତାଙ୍କ ବୟସ ୬୩,୫୫, ୬୦,୬୪, ୬୦ ବର୍ଷ । ଗଞ୍ଜାମର ଅନ୍ୟ ଜଣେ ମୃତକ ୫୧ ବର୍ଷୀୟ ମହିଳା । ଖୋର୍ଦ୍ଧାର ଜଣେ ମୃତକ ଭୁବନେଶ୍ୱରର ୫୮ ବର୍ଷୀୟ ମହିଳା । ଖୋର୍ଦ୍ଧାର ଅନ୍ୟ ଜଣେ ମୃତକ ୩୫ ବର୍ଷୀୟ ମହିଳା । ଗଜପତିର ୬୩ ବର୍ଷୀୟ, ସୁନ୍ଦରଗଡର ୬୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଆଜି ୬କୁ ମିଶାଇ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୭୯ରେ ପହଁଞ୍ଚିଲା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା୧୪୦କୁ ବୃଦ୍ଧି । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩୭୬ ମଧ୍ୟରୁ କ୍ୱାରେଣ୍ଟିନରୁ ୯୧୭ ଲୋକାଲ କେସ୍ ରହିଛି ୪୫୯ । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨୫ ହଜାର ୩୮୯କୁ ବୃଦ୍ଧି ହୋଇଛି । ଗଞ୍ଜାମରୁ ସର୍ବାଧିକ ୪୮୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୧୦୩, ପୁରୀ-୯୧,କଟକ-୭୫, ଗଜପତିରୁ ୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାୟଗଡା-୪୫, ସୁନ୍ଦରଗଡ-୩୩, ନୟାଗଡରୁ ୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୯, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିରରୁ୧୯, ଢେଙ୍କାନାଳ ଓ ମାଲକାନଗିରିରୁ ୧୫ ଲେଖାଏଁ, ସମ୍ବଲପୁରରୁ ୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେବଗଡ, ଜଗତସିଂହପୁର, କଳାହାଣ୍ଡି , କେନ୍ଦ୍ରାପଡାରୁ ୧୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ-୧୦, ବୌଦ୍ଧ ଓ ଯାଜପୁରରୁ ୮ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ, କୋରାପୁଟରୁ ୭ ଲେଖାଏଁ , ଝାରସୁଗୁଡାରୁ ୬ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଓ ସୋନପୁରରୁ ୫ ଲେଖାଏଁ , ନୂଆପଡାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here