କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ବେଶ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁସାରେ , ଦେଶର ୨୩ ରାଜ୍ୟରେ ଏବେ ୧୫୨୫ ଲୋକ ସଙ୍କ୍ରମିତ ହେଲେଣି । ସବୁଠୁ ଅଧିକ ପଜିଟିଭ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ୪୬୦ ସଙ୍କ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଲେଣି । ଏହାପରେ ଦ୍ୱିତୀୟରେ ରହିଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରୁ ଏପର୍ଯ୍ୟନ୍ତ ୩୫୧ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁରୁ ୧୧୭ ପଜିଟିଭ୍ କେସ୍ ରହିଥିବାବେଳେ ଗୁଜରାଟରୁ ୧୩୬ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କେରଳରୁ ୧୦୯, ରାଜସ୍ଥାନରୁ ୬୯, ତେଲେଙ୍ଗାନା-୬୭, ହରିୟାଣା-୬୩, କର୍ଣ୍ଣାଟକ-୬୪, ଆନ୍ଧ୍ରପ୍ରଦେଶ-୧୭, ପଶ୍ଚିମବଙ୍ଗ-୨୦, ଓଡିଶାରୁ ୧୪ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରୁ ୯ ପଜିଟିଭ୍ କେସ୍ ଆସିଥିବାବେଳେ ଉତ୍ତରପ୍ରଦେଶ-୮, ଉତ୍ତରାଖଣ୍ଡ-୮, ଚଣ୍ଡିଗଡ-୩, ଜମ୍ମୁକାଶ୍ମୀର-୩, ଗୋଆ, ହିମାଚଳ ପ୍ରଦେଶ, ଲଦାଖ , ମଣିପୁର ଏବଂ ପଞ୍ଜାବରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ନୂଆବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ ୧ରେ ଦେଶରେ ଓମିକ୍ରନ ସଂଖ୍ୟା ୧୪୩୧ ଥିବାବେଳେ ଆଜି ତାହା ବୃଦ୍ଧି ହୋଇ ୧୫୨୫ରେ ପହଁଞ୍ଚିଛି ।