ଦିନକୁ ଦିନ ରାଜ୍ୟରେ କରୋନା ମୃ୍‌ତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ୪ ଜଣଙ୍କର ମୃତ୍ୟୁ ହୋଇଛି । କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଗଞ୍ଜାମରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକରେ ୭୧ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱର ୭୧ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୮୦ ବର୍ଷୀୟ ବୃଦ୍ଧ, ଏବଂ ଖୋର୍ଦ୍ଧାର ୪୦ ବର୍ଷୀୟା ମହିଳା କରୋନାରେ ଆଖି ବୁଜିଛନ୍ତି । ଓଡିଶାରେ ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ସେହିପରି ଆଜି ରାଜ୍ୟରେ ୫୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୫୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮୯ । ଆଜି ଗଞ୍ଜାମରୁ ସର୍ବାଧିକ ୧୮୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡରୁ ୫୨, କଟକରୁ ୩୯, ଗଜପତିରୁ ୨୯, କେନ୍ଦୁଝର ଏବଂ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡାରୁ ୨୪, ଜଗତସିଂହପୁରରୁ ୧୫, ମାଲକାନଗିରିରୁ୧୧, ବାଲେଶ୍ୱରରୁ ୮, କେନ୍ଦ୍ରାପଡାରୁ ୧୦, ଢେଙ୍କାନାଳ ଓ ସମ୍ବଲପୁରରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଏବଂ ବୌଦ୍ଧରୁ ୭ ଲେଖାଏଁ । ଅନୁଗୁଳ , ଭଦ୍ରକ, ନୟାଗଡ, ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି । ବଲାଙ୍ଗିରରୁ ୫, ଝାରସୁଗୁଡାରୁ ୬, ବରଗଡରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୧୪୨୮୦ ଥିବାବେଳେ ଆକ୍ଟିଭ୍ କେସ୍ ୪୯୨୯ ରହିଛି । ସୁସ୍ଥ ହେଲେଣି ୯୨୫୫ ।

LEAVE A REPLY

Please enter your comment!
Please enter your name here