ଭୁବନେଶ୍ବର : 33 ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ 18ଟି ସାଙ୍ଗଠନିକ ଜିଲ୍ଲାରେ ସଭାପତି ଘୋଷଣା କରିଛି ବିଜେଡି । ସେହିସବୁ ଜିଲ୍ଲା ଗୁଡିକ ହେଉଛି, ଅନୁଗୁଳ-ବ୍ରଜ କିଶୋର ପ୍ରଧାନ, ବରଗଡ଼-ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ-ଜଗନ୍ନାଥ ସ୍ୱାଇଁ, ବୌଦ୍ଧ- ପ୍ରଦୀପ କୁମାର ଅମାତ, ଦେବଗଡ଼- ରୋମାଂଚରଞ୍ଜନ ବିଶ୍ୱାଳ, ଗଜପତି- ପ୍ରଦୀପ ନାୟକ, ଜଗତସିଂହପୁର- ପ୍ରଶାନ୍ତ କୁମାର ମୁଦୁଲି, ଯାଜପୁର-ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ା-ହରିଶ ଗଣତ୍ରା, କନ୍ଧମାଳ- ପଦ୍ମନାଭ ବେହେରା, ମାଲକାନଗିରି- ମାନସ ମାଡ଼କାମୀ, ମୟୂରଭଞ୍ଜ(୧)-ସୁଦାମ ମାର୍ଣ୍ଡି, ନବରଙ୍ଗପୁର-ମନୋହର ରନ୍ଧାରୀ, ନୟାଗଡ଼- ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା- ଅବନୀରଞ୍ଜନ ଯୋଶୀ, ପୁରୀ-ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର-ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼-ଯୋଗେଶ ସିଂ ।

ଅବଶିଷ୍ଟ 15 ଜିଲ୍ଲାରେ ବିଜେଡିରେ ମୁହାଁମୁହିଁ ପରିସ୍ଥିତି । ପାଣ୍ଡିୟାନ ଅନୁଗତଙ୍କୁ ସଭାପତି କରାଇ ନ ଦେବାକୁ ଛକି ବସିଛନ୍ତି ବିରୋଧୀ । ଏହିସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି, କଟକ, କେନ୍ଦ୍ରାପଡ଼ା,ଢେଙ୍କାନାଳ, ଭୁବନେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର,ସମ୍ବଲପୁର, ରାଉରକେଲା ବାଲେଶ୍ୱର, ମୟୂରଭଞ୍ଜ ସଦର, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲା । ସହମତି ଭିତ୍ତିରେ ସଭାପତି ଚୟନ ହୋଇ ନପାରିବାରୁ ନିଷ୍ପତ୍ତି ନବୀନ ନିବାସ ଉପରେ ଛାଡିଦିଆଯାଇଛି । ତେବେ ଦଳର ରାଜ୍ୟ ସଭାପତି ଚୟନ ଆସନ୍ତା 19 ତାରିଖରେ ହେବ । ରାଜ୍ୟ ସଭାପତି ଚୟନ ପାଇଁ ଅଧାରୁ ଅଧିକ ସାଙ୍ଗଠନିକ ଜିଲ୍ଲାରେ ସଭାପତି ଚୟନ ବାଧ୍ୟତାମୂଳକ ଥିବାରୁ 18 ଟି ଜିଲ୍ଲାର ସଭାପତି ଚୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here