IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୧୮ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର । ସନ୍ତୋଷ ବାର୍ଲା ହେଲେ ରାଜ୍ୟ ଫରେନସିକ୍‌ ଲାବୋରେଟୋରୀର ନିର୍ଦ୍ଦେଶକ । ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ ।ସେହିପରି ସଞ୍ଜୟ କୁମାର କୌଶଲଙ୍କୁ EOWର ଆଇଜି ଦାୟିତ୍ବ । ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍‌ ପୋଲିସର IG । ସଞ୍ଜୟ କୁମାର କୌଶଲ EOW ଆଇଜି । ପ୍ରତୀକ ସିଂ ହେଲେ ପୁରୀ ଏସ୍‌ପି । ପ୍ରତ୍ୟୁଷ ଦିବାକର ହେଲେ ବାଲେଶ୍ବର ଏସ୍‌ପି । ବୀନିତ ଅଗ୍ରୱାଲ କଟକ ଗ୍ରାମାଞ୍ଚଳ ଏସ୍‌ପି । ରାଜ ପ୍ରସାଦ ସ୍ପେଶାଲ ବ୍ରାଞ୍ଚ୍‌ ଏସ୍‌ପି । ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସ୍‌ପି । ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସ୍‌ପି । ଅମ୍ରିତପାଲ ସିଂ ନୂଆପଡ଼ା ଏସ୍‌ପି । ଅମ୍ରିତପାଲ କୌର ସୁନ୍ଦରଗଡ଼ ଏସ୍‌ପି । ଭବାନୀ ଶଙ୍କର ଉଦ୍‌ଗାତା- ରେଲୱେ, କଟକ ଏସ୍‌ପି ।

LEAVE A REPLY

Please enter your comment!
Please enter your name here