ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ ଖୁସି ଖବର | ହ୍ରାସ ପାଇବ ଟ୍ୟାକ୍ସ | ଶୁକ୍ରବାର ଗୋଆରେ ଚାଲିଥିବା ଜିଏସଟି କାଉନସିଲ୍ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଏହି ଖୁସି ଖବର ଦେଇଛନ୍ତି | ତେବେ ଏହି ପରିବର୍ତ୍ତନ ସରକାରଙ୍କ ପାଇଁ ଏକ ବଡ କ୍ଷତି ହେବ | ଏନେଇ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ । ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି | ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍ବ୍ୟତୀତ ନୂଆ ମାନ୍ୟୁଫାକଚରିଂ କମ୍ପାନୀ ୧୫% ହାରରେ ଆୟର ଦେବେ, ଯାହାକି ପୂର୍ବରୁ ୨୫% ଥିଲା | ତେବେ ଏଥିରେ ଗୋଟିଏ ସର୍ତ୍ତ ରହିଛି । ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ଅନ୍ୟ କିଛି ରିହାତିରୁ ବଞ୍ଚିତ ହେବାକୁ ହେବ । ତେବେ ସରଚାର୍ଜ ଏବଂ ସେସ୍ ମିଶିବା ପରେ ଇଫେକ୍ଟିଭ୍ ଟିକସ ହାର ଯଥାକ୍ରମେ ୨୫.୧୭% ଏବଂ ୧୭.୦୧% ରହିବ । ନିର୍ମଳା ସୀତାରମଣ୍ ଙ୍କ ଏହି ଘୋଷଣା ପରେ ସେୟାର୍ ବଜାରରେ ହଲଚଲ ସୃଷ୍ଟି ହୋଇଯାଇଛି । ମାତ୍ର ୧୦ ମିନିଟ୍ ଭିତରେ ସେନସେକ୍ସ୍ ୧୨୭୬ ପଏଣ୍ଟ୍ କୁ ବୃଦ୍ଧି ଘଟିଛି |