ଷ୍ଟ୍ରେସ ଲେବଲ ଓ ରକ୍ତଚାପ ସ୍ତର ଜାଣିବା ପାଇଁ ସାମସଙ୍ଗ କମ୍ପାନୀ ଲଞ୍ଚ କରିଛି ନୂଆ ସ୍ମାର୍ଟ ୱାଚ. ଯାହାର ନାଁ ରହିଛି ଗାଲାକ୍ସି ୱାଚ ଆକ୍ଟିଭ. ଏହାର ବଜାର ମୂଲ୍ୟ ରହିଛି 14,200 ଟଙ୍କା. ଏହି ସ୍ମାର୍ଟ ୱାଚ ମାର୍ଚ୍ଚ 8 ତାରିଖରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ. ଚାର୍ଜିଂ ପାଇଁ ଏଥିରେ ୱେୟାରଲେସ ପାୱାର ସେୟାର ଫିଚର ଦିଆଯାଇଛି. ଏହି ଫିଚର ସାହାଯ୍ୟରେ ଗ୍ୟାଲାକ୍ସି ଏସ10 ସିରିଜ ଫୋନରେ ଚାର୍ଜ କରାଯାଇପାରିବ. ଗ୍ରାହକମାନେ ଏହାର ବ୍ଲାକ, ସିଲଭର, ରୋଜ ଓ ସି-ଗ୍ରିନ କଲରର ଭାରିଆଣ୍ଟ ପାଇପାରିବେ. ଏଥିରେ 40 ମିଲିମିଟରର ୱାଚ ଫେସ ଦିଆଯାଇଛି. ଏହାସହ 1.1 ଇଞ୍ଚର ଅଲୱେଜ ଅନ ଡିସପ୍ଲେ ମଧ୍ୟ ଦିଆଯାଇଛି.  ସାମସଙ୍ଗର ଏହା ହେଉଛି ପ୍ରଥମ ଡିଭାଇସ, ଯେଉଁଥିରେ ଏଭଳି ଫିଚର ଦିଆଯାଇଛି.  ଆକ୍ଟିଭ ୱାଚ ବ୍ୟବହାରକାରୀ ‘ମାଇଁ ବିପି ଲେବଲ ଆପ୍’ ଡାଉନଲୋଡ କରି ଏହାର ସୁବିଧା ପାଇପାରିବେ.

LEAVE A REPLY

Please enter your comment!
Please enter your name here