ଶେଷରେ ଲଞ୍ଚ୍ ହେଲା ଅଡିର ପ୍ରଥମ ଇ-ଟର୍ନ ଇଲେକ୍ଟ୍ରିକ ଏସୟୁଭି. ଯାହା ସୟପୂର୍ଣ୍ଣରୂପେ ଏକ ଇଲେକ୍ଟଟ୍ରିକକାର୍. ଏହା ସ୍ୟାନ୍ ଫ୍ରାନସିସ୍କୋରେ ଆୟୋଜିତ ହୋଇଥିବା 2018 ଅଡି ଗ୍ଲୋବାଲ ସମ୍ମିଳନୀରେ ପ୍ରଦର୍ଶିତ ହୋଇଥିଲା. 2018 ସେପ୍ଟେମ୍ବର ଶେଷ ସୁଦ୍ଧା ଏହାର ବିକ୍ରି ୟୁରୋପରେ କରାଯିବ ଏବଂ ବର୍ଷର ଶେଷ ଆଡକୁ ବଜାରରେ ଏହାର ବିକ୍ରି କରାଯିବ ବୋଲି ଆଶା ରଖିଛି କମ୍ପାନୀ. Audi E-Tron SUVର ମୂଲ୍ୟ ରହିଛି 79,000 ୟୁରୋ ଅର୍ଥାତ୍ ଭାରତୀୟ ମୂଲ୍ୟରେ 66.92 ଲକ୍ଷ ଟଙ୍କା. 2019 ମଧ୍ୟରେ Audi E-Tron SUV ଭାରତୀୟ ବଜାରରେ ପ୍ରବେଶ କରିବ ବୋଲି କୁହାଯାଇଛି.