ପୁଣିଥରେ ଚର୍ଚ୍ଚାଘେରକୁ ଆସିଛି ମଲାଇକା ଓ ଅର୍ଜୁନ କପୁରଙ୍କ ସଂପର୍କ. ଗୋଟିଏପଟେ ଯେତେବେଳେ ଦୁହେଁ ଏକାଠି ଏୟାରପୋର୍ଟରେ ନଜର ଆସିଥିଲେ ଅନ୍ୟପଟେ ଦୁହିଁଙ୍କୁ ଏକ ରିୟଲିଟି ସୋ’ ରେ ହାତଧରି ଆସୁଥିବାର ଦେଖିବାକୁ ମିଳିଥିଲା. ଏହାକୁ ଦେଖିଲା ପରେ ମନେହେଉଛି ଦୁହେଁ ଆସନ୍ତା ବର୍ଷ ବିବାହ କରିବେ ବୋଲି ପ୍ଲାନିଂ କରୁଛନ୍ତି. ତେବେ ଦୁହେଁ ଆସନ୍ତା ବର୍ଷ ବିବାହ କରିପାରନ୍ତି ବୋଲି  ଏକ ରିପୋର୍ଟରୁ ଜଣାପଡିଛି. ଅନ୍ୟପଟେ ମଲାଇକା ଓ ଅର୍ଜୁନ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିବା କୁହାଯାଉଛି.

ଯଦିଓ ଦୁହେଁ ନିଜ ସଂପର୍କ ବିଷୟରେ ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ତଥାପି ପର୍ସନାଲ ସ୍ପେସରେ ଦୁହେଁ ବହୁତ ଖୁସି ଅଛନ୍ତି. ବର୍ତ୍ତମାନ ନିଜ ସଂପର୍କକୁ ଆଉ ଏକ ପାଦ ଆଗକୁ ନେବାକୁ ସେମାନେ ଚାହୁଁଛନ୍ତି ବୋଲି ଜଣାପଡିଛି.

 

LEAVE A REPLY

Please enter your comment!
Please enter your name here