11 ଅକ୍ଟୋବର 1942 ମସିହାରେ ଜନ୍ମ ଗ୍ରହଣ କରିଥିବା ଅମିତାଭ ବଚ୍ଚନ ଗୁରୁବାରଦିନ 76 ବର୍ଷରେ ପାଦ ଥାପିଛନ୍ତି. ତାଙ୍କର ପୂରା ନା ଅମିତାଭ ହରିବଂଶ ବଚ୍ଚନ ଥିବା ବେଳେ ସେ ଆହ୍ଲାବାଦ୍ ରେ ଜନ୍ମ ଗ୍ରହଣ କରିଥିଲେ. 1969 ମସିହାରେ ‘ସାତ୍ ହିନ୍ଦୁସ୍ତାନୀ’ ରୁ କ୍ୟାରିୟର ଆରମ୍ଭ କରିଥିବା ଏହି ମହାନ୍ ବ୍ୟକ୍ତି ଜଣକ କେବେ ପଛକୁ ବୁଲି ଚାହିଁନାହାନ୍ତି. ଧିରେଧିରେ ସଫଳତାର ପାହାଚ ଚଢି ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ଅମିତାଭ. ତେବେ ନିଜର ଚମତ୍କାର ଅଭିନୟ ବଳରେ ଆଜି ସେ ଦର୍ଶକଙ୍କ ମନ ଜିଣି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି. ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜନର ଖୁରାକ୍ ଯୋଗାଉଥିବା ଅମିତାଭଙ୍କ କେତୋଟି ପ୍ରମୁଖ ଫିଲ୍ମ ଗୁଡିକ ହେଲା-‘ଡନ୍’, ‘କାଳିଆ’, ‘ସିଲସିଲା’, ‘ଶରାବି’, ‘ଅଗ୍ନିପଥ’, ‘ସୋଲେ’, ‘ଶାହେନଶାହ’, ‘କଭି ଖୁସି କଭି ଗମ୍’, ‘ପିଙ୍କ୍’ ଇତ୍ୟାଦି.

LEAVE A REPLY

Please enter your comment!
Please enter your name here