ପ୍ରେମ ହେଉଛି, ସତ୍ୟ ଓ ସୁନ୍ଦର. ପବିତ୍ର ପ୍ରେମରେ ନଥାଏ ପାପ. ଆଉ ପ୍ରେମ ମାନେନି ଜାତି, ଧର୍ମ ଓ ବର୍ଣ୍ଣ. ଫେବୃୟାରୀ 7 ତାରିଖରୁ ଆରମ୍ଭ ହେଇଥିବା ପ୍ରେମ ସପ୍ତାହର ଶେଷ ଦିନ ତଥା ଫେବୃୟାରୀ 14 ତାରିଖକୁ ଭାଲେଣ୍ଟାଇନ୍ସ ଡେ’ ରୂପେ ପାଳନ କରାଯାଏ. ଏହି ଦିନ ପ୍ରେମୀଯୁଗଳ ନିଜ ପ୍ରେମର ପରିଭାଷାକୁ ପ୍ରକାଶ କରିଥାନ୍ତି. ବିଭିନ୍ନ ଢଙ୍ଗରେ ଏହି ଭାଲେଣ୍ଟାଇନ ଡେକୁ ପାଳନ କରିଥାନ୍ତି ଲଭବାର୍ଡ. ଏହି ଦିନଟି ସେମାନଙ୍କ ପାଇଁ ଅତି ଖାସ ହୋଇଥାଏ. ଭାଲେଣ୍ଟାଇନ ଡେ’ ରେ ସବୁଆଡେ, ବିଶେଷ କରି ପାର୍କ, ସପିଂ ମଲ, ରେସ୍ତୋରାଁ ଓ ସିନେମା ହଲରେ ପ୍ରେମୀଯୁଗଳଙ୍କ ଭିଡ ଦେଖିବାକୁ ମିଳିଥାଏ. ଏହି ଦିନକୁ ଦୃଷ୍ଟିରେ ରଖି ଗିଫ୍ଟ ଓ ଫୁଲ ବ୍ୟବସାୟୀ ମଧ୍ୟ ଭଲ ରୋଜଗାର କରିଥାନ୍ତି. କିଏ ଫୁଲ ଦେଇ ପ୍ରେମ ନିବେଦନ କରିଥାଏ ତ ଆଉ କିଏ ଉପହାର ଦେଇ ପ୍ରେମ ନିବେଦନ କରିଥାଏ. ଏହିପରି ଭାବେ ପରସ୍ପର ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି. ଅନ୍ୟପଟେ ଏହା ଓଡିଶାର ସଂସ୍କତି ହୋଇନଥିବାରୁ ବିଭିନ୍ନ ଜାଗାରେ ଏହାକୁ ବିରୋଧ ମଧ୍ୟ କରାଯାଇଛି.