ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଖେଳାଳୀ ପୃଥ୍ୱୀ ସ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ରେ ନିଜର ଯାଦୁରେ ସମସ୍ତଙ୍କ ମନ ଜିଣିବାରେ ସକ୍ଷମ ହୋଇପାରିଛନ୍ତି. 18 ବର୍ଷର ଏହି ଯୁବ ଖେଳାଳୀ ଟେଷ୍ଟ ମ୍ୟାଚ୍ ରେ ଶତକ ହାସଲ କରିଛନ୍ତି. ଯଦି ଆମେ ଏହି ଖେଳାଳୀଙ୍କ ଜୀବନୀ ବିଷୟରେ ଜାଣିବାକୁ ଚାହିଁବା, ତାହାଲେ ପୃଥ୍ୱୀଙ୍କ ଜୀବନର କାହାଣୀ ଅତି ସଂଘର୍ଷପୂର୍ଣ୍ଣ ରହିଛି. ଯେତେବେଳେ ସେ 4 ବର୍ଷର ହୋଇଥିଲେ, ତାଙ୍କ ମା’ ଙ୍କ ଦେହାନ୍ତ ହୋଇଯାଇଥିଲା. ଯାହା ତାଙ୍କ ପାଇଁ ଓ ପିତା ପଙ୍କଜଙ୍କ ପାଇଁ ଅତି କଷ୍ଟ ଦାୟକ ଥିଲା. ମାତ୍ର 4 ବର୍ଷ ପର୍ଯ୍ୟନ୍ତ ପୃଥ୍ୱୀଙ୍କ ଉପରେ ତାଙ୍କ  ମା’ ଙ୍କ ମମତା ରହିଥିଲା ଆଉ 4 ବର୍ଷ ପରେ ଏହି ମମତାର ପଣତ କାନି ପୃଥ୍ୱୀଙ୍କ ଉପରୁ ଉଠି ଯାଇଥିଲା. ମା ଚାଲିଗଲା ପରେ ପିତା ପଙ୍କଜଙ୍କୁ ଉଭୟ ବାପା ଓ ମା ର ଦାୟିତ୍ୱ ନେବାକୁ ପଡିଲା. ତେବେ ପଙ୍କଜ ବୃତ୍ତିରେ ଜଣେ ଲୁଗା ବ୍ୟବସାୟୀ ଥିଲେ. ପୁଅର ଯତ୍ନରେ ଯେପରି କିଛି କମ ନ ହୁଏ, ତାକୁ ଦୃଷ୍ଟିରେ କିଛି ସମୟ ପାଇଁ ନିଜ ବ୍ୟବସାୟକୁ ବନ୍ଦ କରିଦେଇଥିଲେ. ପୃଥ୍ୱୀ ପ୍ରଥମ ମ୍ୟାଚ୍ ରେ ଶତକ ହାସଲ କରି ରେକର୍ଡ କରିଥିବା ବେଳେ ସବୁଠୁ କମ୍ ବୟସରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳୀ ବନିଯାଇଛନ୍ତି. ଯଦିଓ ପୃଥ୍ୱୀଙ୍କ ପରିବାର ବର୍ତ୍ତମାନ୍ ମହାରାଷ୍ଟ୍ରବାସୀ ବନିଯାଇଛନ୍ତି, ହେଲେ ତାଙ୍କର ପ୍ରକୃତ ଘର ହେଉଛି ବିହାରର ଗୟା. ତିନି ବର୍ଷ ବୟସରେ ପିତା ପଙ୍କଜ ପୃଥ୍ୱୀଙ୍କ ମନରେ କ୍ରିକେଟ ପ୍ରତି ଉତ୍ସାହ ଭରିଥିଲେ. ତେବେ ତିନି ବର୍ଷ ବୟସରେ ପୃଥ୍ୱୀଙ୍କୁ ବିରାର ର କ୍ରିକେଟ ଏକାଡେମୀରେ ଛାଡିଥିଲେ ପଙ୍କଜ. ଯଦି ପୃଥ୍ୱୀ ଆଜି କ୍ରିକେଟ୍ ତାରକା ବନିଛନ୍ତି ତାହାଲେ ସେ ସବୁ କେବଳ ତାଙ୍କ ବାପାଙ୍କ ପାଇଁ, ଯାହା ସେ ନିଜେ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି. ତେବେ  ରଣଜୀ ମ୍ୟାଚ୍ ରେ ପୃଥ୍ୱୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହେବା ସହ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଖେଳିଛନ୍ତି. 2017 ମସିହା ଜାନୁୟାରୀରେ ସେ ପ୍ରଥମଥର ମୁମ୍ବାଇ ପାଇଁ ତାମିଲନାଡୁ ବିପକ୍ଷରେ ଖେଳ ଆରମ୍ଭ କରିଥିଲେ. ତେବେ ଚଳିତ ବର୍ଷ ଅଣ୍ଡର 19 କ୍ରିକେଟ ଟିମ୍ ର ଅଧିନାୟକ ବନିଛନ୍ତି ପୃଥ୍ୱୀ. 2018 ରେ ଖେଳାଯାଇଥିବା ଅଣ୍ଡର 19 ବିଶ୍ୱକପ୍ କ୍ରିକେଟ୍ ରେ ସେ 100ଟି ବଲ୍ ରେ 94 ରନ୍ କରିଥିଲେ. ପୃଥ୍ୱୀଙ୍କ ଉନ୍ନତ ଅଧିନାୟକତ୍ୱ ବଳରେ ଭାରତ ଫେବୃୟାରୀ 3 ରେ ଅଣ୍ଡର 19 ବିଶ୍ୱକପ୍ ଜିତିଛି. ଚଳିତ ବର୍ଷ ଆଇପିଏଲ୍ ରେ ଦିଲ୍ଲୀ ଡେୟାରଡେଭିଲସ୍ ପୃଥ୍ୱୀଙ୍କୁ 1.2 କୋଟି ରେ କିଣିଥିଲା. ଗତ ଗୁରୁବାର ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳି ପୃଥ୍ୱୀ ଇତିହାସ ରଚିଛନ୍ତି.

 

LEAVE A REPLY

Please enter your comment!
Please enter your name here