ଛତିଶଗଡରେ ରହୁଥିବା ବୀଣା ସେନ୍ଦ୍ରେ ପ୍ରଥମ ଟ୍ରାନ୍ସ କ୍ୱିନ୍ ର ଟାଇଟଲକୁ ନିଜ ନାମରେ କରିନେଇଛନ୍ତି. ଏହି ଟାଇଟଲକୁ ଜିତିବା ସହ ସେ ଦେଶର ପ୍ରଥମ ଟ୍ରାନ୍ସ କ୍ୱିନ୍ ବନିଯାଇଛନ୍ତି. ରିପୋର୍ଟ ଅନୁସାରେ, ବୀଣା ତାମିଲନାଡୁର ନମିତା ଅମ୍ମୁଙ୍କୁ ଦୁଇଟି ରାଉଣ୍ଡରେ ହରାଇ ଏହି ଟାଇଟଲକୁ ଜିତିପାରିଛନ୍ତି. ମୁମ୍ବାଇରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗୀତାରେ ସାନ୍ୟା ଶୁଦ୍ର ଫାର୍ଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ନମିତା ଅମ୍ମୁ ସେକେଣ୍ଡ ରନର୍ସ ଅପ୍ ହୋଇଛନ୍ତି. ତେବେ ଏହା ପୂର୍ବରୁ ବୀଣା ମିସ୍ ରାୟପୁର ଟାଇଟଲରୁ ନିଜ ନାମରେ କରିସାରିଛନ୍ତି.

LEAVE A REPLY

Please enter your comment!
Please enter your name here