ମଣିଷଙ୍କ ପ୍ରତ୍ୟେକ କାମ କରିବ ରୋବଟ୍. ବିଶ୍ୱ ଆର୍ଥିକ ମଞ୍ଚର ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁଯାୟୀ 2025 ସୁଦ୍ଧା ମଣିଷଙ୍କ କାମର 52 ପ୍ରତିଶତ କାମ ସମ୍ଭାଳିବ ରୋବଟ୍. ବର୍ତ୍ତମାନ ଯୁଗରେ ଲୋକମାନେ ନିତିଦିନ ବିଭିନ୍ନ ପ୍ରକାର କାର୍ଯ୍ୟକୁ ସାମିଲ କରୁଛନ୍ତି. ଯାହାକୁ ଏକାକି କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ. Swiss organization statementର ସୂଚନା ଅନୁସାରେ, ସଂପୂର୍ଣ୍ଣ କାର୍ଯ୍ୟର 29 ପ୍ରତିଶତ କାମ ଏବେ ରୋବଟ୍ ସମ୍ଭାଳୁଛି. ତେବେ ଏହା 2025 ମଧ୍ୟରେ ସଂପୂର୍ଣ୍ଣ କାମର ଅଧା ହୋଇଯିବ. ଅର୍ଥାତ ଦୁନିଆରେ ହେଉଥିବା କାମର ଅଧା କାମ କରିବ ରୋବଟ୍. ଅଧ୍ୟୟନରେ କୁହାଯାଇଛି ଯେ, ଯେଭଳି ଭାବେ ମେସିନ, ଆଲଗୋରିଦମ୍ ଓ କମ୍ପ୍ୟୁଟର ପ୍ରୋସେସରେ ପରିବର୍ତ୍ତନ ହେଉଛି ତାହା ତୁଳନାରେ ଆସନ୍ତା 2022 ମଧ୍ୟରେ ଶତ ପ୍ରତିଶତରୁ 58 ପ୍ରତିଶତ କାମ ଲୋକମାନଙ୍କ ଦ୍ୱାରା ହେବ ଓ 42 ପ୍ରତିଶତ କାମ ରୋବଟ୍ କରିବ ଏବଂ ଏହା ପରେ 2025 ମସିହା ବେଳକୁ 52 ପ୍ରତିଶତ କାମ ରୋବଟ୍ ଦ୍ୱାରା କରାଯିବ.