ସାଧାରଣତଃ ଆମେ ଅଣ୍ଡାକୁ ସିଝାଇ ଖାଇଥାଉ ଓ କଂଚା ଅଣ୍ଡାକୁ ଆମେ ଆମଲେଟ୍, ଭୁଜିଆ ଓ ତରକାରୀ କରି ଖାଇଥାଉ. ହେଲେ ଅଣ୍ଡାକୁ ନ ସିଝାଇ କଂଚା ଖାଇବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏ. କଂଚା ଅଣ୍ଡାରେ ଭିଟାମିନ C ଓ ଭିଟାମିନ K ରହିଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖେ ଏବଂ ଏଥିରେ ଥିବା ଭିଟାମିନ D ଆମକୁ କ୍ୟାନସର ଭଳି ରୋଗରୁ ରକ୍ଷା କରେ. ଅଣ୍ଡାର ହଳଦିଆ ଅଂଶକୁ ଖାଇବା ଦ୍ୱାରା ଏନେମିଆ ଭଳି ରୋଗ ଦୂର ହୋଇଥାଏ ଓ ଏହା ବ୍ରେନକୁ ପ୍ରଖର କରିଥାଏ. କଂଚା ଅଣ୍ଡା ଖାଇବା ଦ୍ୱାରା ଏହା ଦୁର୍ବଳ ମାଂସପେଶୀକୁ ବଳ ପ୍ରଦାନ କରିଥାଏ ଏବଂ ଏଥିରେ ଥିବା ପ୍ରୋଟିନ ନୂଆ କୋଷିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ. କଂଚା ଅଣ୍ଡା ଖାଇବା ଦ୍ୱାରା ମଧ୍ୟ ଆଲର୍ଜୀ ଭଳି ସମସ୍ୟା ଦୂର ହୋଇଥାଏ.

LEAVE A REPLY

Please enter your comment!
Please enter your name here