ସାଧାରଣତଃ ଶୀତଦିନେ ସମସ୍ତେ ଭେସଲିନ ବ୍ୟବହାର କରିଥାନ୍ତି. କିଏ ଓଠରେ ଏହାକୁ ଲଗାଇଥାନ୍ତି, ତ ଆଉ କିଏ ପାଦ ଫାଟିଲେ ଲଗାଇଥାନ୍ତି. ଏହାକୁ ଲଗାଇବା ପରେ ପାଦ ହେଉ କିମ୍ବା ଓଠରେ ସଫ୍ଟନେସ ଆସିଯାଇଥାଏ. ମାତ୍ର ଆପଣ ଜାଣିଛନ୍ତି କି, ଅତ୍ୟଧିକ ମାତ୍ରାରେ ଏହାକୁ ବ୍ୟବହାର କଲେ ଏହା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ. ଏଥିରେ ଥିବା ପେଟ୍ରୋଲିୟମ ଜେଲି ପାଇଁ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ. ତେବେ ଆସନ୍ତୁ ଜାଣିବା ଏହାକୁ ବେଶିମାତ୍ରାରେ ବ୍ୟବହାର କଲେ କ’ଣ ସବୁ ଅସୁବିଧା ହୋଇଥାଏ ?

ଭେସଲିନରେ ହାଇଡ୍ରୋକାର୍ବନ ରହିଥାଏ ଯାହା ଫ୍ୟାଟ ଟିସୁ ଭାବରେ ଜମା ହୋଇ ରହିଯାଏ. ଯେତେବେଳେ ଆମେ ଏହାକୁ ଲଗାଇଥାଉ, ତ୍ୱଚା ଏହାକୁ ଅବଶୋଷିତ କରିପାରେନାହିଁ. ଫଳରେ ଖାଇବା ସମୟରେ ଏହା ଆମ ଶରୀର ଭିତରକୁ ଚାଲିଯାଇଥାଏ. ଏହାଛଡା ଭେସଲିନ ବିଭିନ୍ନ ପ୍ରକାର କେମିକାଲ୍ସ ଦ୍ୱାରା ପ୍ରସ୍ତୁତ ହୋଇଥାଏ. ଯାହାଦ୍ୱାରା କ୍ୟାନସର ହେବାର ଆଶଙ୍କା ମଧ୍ୟ ରହିଥାଏ. ତେବେ ଖାଲି ଏତିକି ନୁହେଁ, ଯଦି ଆପଣ ଏହାକୁ ସୁଘୁଂଛନ୍ତି ତାହାଲେ ଏହା ଦ୍ୱାରା ଫୁସଫୁସରେ ମଧ୍ୟ ସମସ୍ୟା ଦେଖାଦେଇଥାଏ. ଏହାଛଡା ଏହା ହରମୋନକୁ ଅସନ୍ତୁଳିତ କରିଥାଏ ଓ ଆଲର୍ଜି ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ. ଭେସଲିନ ବ୍ୟବହାର କରିବା ଦ୍ୱାରା ତ୍ୱଚାକୁ ପୋଷଣ ମିଳିଥାଏ ସତ, ମାତ୍ର ଅନ୍ୟପଟେ ଏହା ତ୍ୱଚାରେ ସୃଷ୍ଟିହେବାକୁ ଥିବା କୋଲାଜନକୁ ନଷ୍ଟ କରିଦେଇଥାଏ. ଫଳରେ ତ୍ୱଚା କୁଞ୍ଚିତ ହୋବାକୁ ଲାଗିଥାଏ.

LEAVE A REPLY

Please enter your comment!
Please enter your name here