ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ବାହୁଡ଼ାଯାତ୍ରା ନେଇ କରିବେ ସମୀକ୍ଷା । ସେବାୟତଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦଳଚକଟା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ଘଟଣାକୁ ନେଇ ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଏବଂ ସୁନା ବେଶ ଥିବାରୁ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ମଧ୍ୟ ଆଲୋଚନା କରିବେ। ତା’ସହିତ ଗୁଣ୍ଡିଚା ଘର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ହସ୍ପିଟାଲ ଯାଇ ଆହତ ଓ ଗୁରୁତରଙ୍କୁ ଭେଟିବାର କାର୍ଯ୍ୟର୍କମ ମଧ୍ୟ ରହିଛି ।ରଥଯାତ୍ରା ଦିନ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ୩ ଜଣ ଭକ୍ତଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ତେବେ ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ଦୁଃଖ ଦେଇଥିଲା । ତେବେ ଏହି ଘଟଣା ପରେ ସରକାର ଅବ୍ୟବସ୍ଥା କହି ଘେରିଥିଲେ ବିରୋଧୀ । ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ପୁରୀ ଗସ୍ତରେ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here