ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଛନ୍ତି. ହେଲେ ଏହାକୁ 5 ଟି ରାଜ୍ୟରେ ଲଲାଗୁ କରାଯିବନାହିଁ ବୋଲି ଜଣା ପଡିଛି. ତେବେ ଏହି ରାଜ୍ୟମାନଙ୍କ ମଧ୍ୟରେ ସବୁଠାରେ ଆଗରେ ରହିଛି ଓଡ଼ିଶା. ଏହାପରେ ତେଲେଙ୍ଗାନା, କେରଳ, ପଞ୍ଜାବ ଓ ଦିଲ୍ଲୀ. ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କୁ ଦୋଷାରୋପ କରିଛନ୍ତି ମୋଦି. ମୋଦି କହିଛନ୍ତି ନବୀନ ‘ଆୟୁଷ୍ମାନ ଭାରତ’ର ଅର୍ଥ ବୁଝି ନ ଥିବାରୁ ଏହାକୁ ଲାଗୁ କରିବାକୁ ଦେଉ ନାହାଁନ୍ତି ଓ ଓଡ଼ିଶାବାସୀଙ୍କୁ ଏଥିରୁ ବଞ୍ଚିତ କରିବାକୁ ସେ ଚାହୁଁଛନ୍ତି. ଏହାର ଉତ୍ତରରେ ନବୀନ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାଠାରୁ ବହୁ ଗୁଣରେ ଭଲ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’. ମୋଦି ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦେଉଥିବା ବେଳେ ଓଡିଶା ସରକାର ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରୁଛନ୍ତି. ତେଣୁ ମୋଦି ଏଥିରେ କିଛି ଅଧିକ କରି ନାହାନ୍ତି ବୋଲି ନବୀନ କହିଛନ୍ତି. ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କହିଛନ୍ତି ଯେ ପର୍ଯ୍ୟନ୍ତ ‘ଆୟୁଷ୍ମାନ ଭାରତ ଯୋଜନା’କୁ ନେଇ ଥିବା କିଛି ପ୍ରଶ୍ନର ଉତ୍ତର ଆମେ ପାଇ ନାହୁଁ . ସେଥିପାଇଁ ଏହାକୁ ଏବେ ଲାଗୁ କରାଯାଇପାରିବ ନାହିଁ.

LEAVE A REPLY

Please enter your comment!
Please enter your name here