ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଝାରସୁଗୁଡାରେ ନିର୍ମାଣ ହୋଇଥିବା ଓଡିଶାର ଦ୍ୱିତୀୟ ବିମାନ ବନ୍ଦରକୁ ଲୋକାର୍ପଣ କରିବେ ମୋଦୀ । ଏନେଇ ବିମାନ ବନ୍ଦର ସ୍ଥିତି ପରୀକ୍ଷା କରିବା ପରେ ସୁଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହାସହିତ ମୋଦୀ ତାଳଚେର ସାରକାରଖାନାର ପୁନରୁଦ୍ଧାର ମଧ୍ୟ ଶିଳାନ୍ୟାସ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ସୁଚନା ଦେଇଛନ୍ତି ।
୨୦୦ କୋଟି ଟଙ୍କାରେ ଝାରସୁଗୁଡାରେ ବିମାନ ବନ୍ଦର ନିର୍ମାଣ କରାଯାଇଛି । ବିମାନବନ୍ଦରର କାର୍ଯ୍ୟ ଚାରି ମାସ ହେଲା ଶେଷ ହୋଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏହାର ଉଦଘାଟନ ହୋଇପାରୁନଥିଲା । ଖୁବଶୀଘ୍ର ଏହି ବିମାନ ବନ୍ଦରର ଉଦଘାଟନ ହେବା ସହ ଓଡିଶାର ଉଡାଣ ଯୋଜନାର ମଧ୍ୟ ଶୁଭାରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here