ସାତ୍ୟକି ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ । କଟକ ପୁରୀଘାଟ ଥାନାରେ ସାତ୍ୟକି ମିଶ୍ର ଅଭିଯୋଗ କରିବା ପରେ,ଆଜି ଡିସିପିଙ୍କୁ ଭେଟି ଜଣାଇଛନ୍ତି । ସାତ୍ୟକୀ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ,ସାତ୍ୟକିଙ୍କ ଜେଜେ ବାପା ତାଙ୍କ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ବାଲୁବଜାରରେ ଥିବା କଟକ ଷ୍ଟୁଣ୍ଡେଣ୍ଟ୍ ପୁସ୍ତକ ଦୋକାନକୁ ବୁଝିବାକୁ ଦେଇଥିଲେ । ଦୋକାନ ମାଲିକାନାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଛି କିନ୍ତୁ ତାଙ୍କ ବଡ଼ ବାପାଙ୍କ ଦୁଇ ପୁଅ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ଦୋକାନକୁ ନବାକୁ ଚେଷ୍ଟା କରୁଛନ୍ତି । ଉଭୟ କିଛି ଦିନ ତଳେ ସାତ୍ୟକିଙ୍କ ଘରେ ପଶି ତାଙ୍କର ୮୪ ବର୍ଷିୟ ବୃଦ୍ଧ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ନିଜ ଜୀବନ ପ୍ରତି ବିବାଦ ଥିବା ଦର୍ଶାଇ ସାତ୍ୟକି ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ଆଜି ଡିସିପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି ।














