‘ବିଜେଡି ପିସି ସରକାର’ ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର। ଏତିକି ନୁହେଁ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଜାଭେଡକର। ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ଜାଭେଡକର ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ସମୟରେ ‘କେନ୍ଦ୍ରର ଯୋଜନାକୁ ରାଜ୍ୟ ସରକାର’ ହଡପ କରି ନିଜର କହୁଛନ୍ତି ବୋଲି ମଧ୍ୟ ମତବ୍ୟକ୍ତ କରିଛନ୍ତି । ଓଡିଶାରେ ଲୋକତନ୍ତ୍ର ନୁହେଁ , ବିଜେଡି ତନ୍ତ୍ର ଚାଲିଛି ବୋଲି ଜାଭେଡକର ପ୍ରକାଶ କରିଛନ୍ତି । ଅନ୍ୟପଟେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ପ୍ରୟାସ ଆରମ୍ଭ କରିଛି । ୧୧ଟି ରାଜ୍ୟରେ ଏକକାଳୀନ ନିର୍ବାଚନ ଲାଗି ଯୋଜନା ଚାଲିଥିବା ପ୍ରକାଶ କରିଛନ୍ତି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର । ଏକକାଳୀନ ନିର୍ବାଚନ ହେଲେ ଦେଶର ହିତ ହେବ ବୋଲି ସେ କହିଛନ୍ତି । ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ କେବଳ ଆଞ୍ଚଳିକ ଦଳ ବିଜେଡି ସମର୍ଥନ କରୁଛି ।