ଅଡ଼ୁଆରେ ପଡ଼ିଛନ୍ତି ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ଓ କଟକ ଜିଲ୍ଲାପାଳ । ହାଇକୋର୍ଟରେ ହାଜର ହେବାକୁ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଅଦାଲତ ଅବମାନନା ମାମଲାରେ ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି। ହାଜିରା ସୁନିଶ୍ଚିତ କରିବାକୁ ପୋଲିସ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୩୦ ତାରିଖ ଦିନ ସକାଳ ୧୦ଟା ୩୦ରେ ହାଜର ପାଇଁ ନିର୍ଦ୍ଦେଶ ରହିଛି। ଏହାରି ମଧ୍ୟରେ ଯଦି ସଚିବ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବେ ତାହେଲେ ଆଉ ହାଜର ହେବାର ଆବଶ୍ୟକତା ନାହିଁ ।














