ଶୁକ୍ରବାର ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଖବର ପ୍ରଚାର ହେବା ପରେ ଭାରତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସରକାର କହିଛନ୍ତି । ଜଣେ ବରିଷ୍ଠ ସାଇବର ସିକ୍ୟୁରିଟି ଅଧିକାରି ଏହି ସୂଚନା ଦେଇଛନ୍ତି । ପ୍ରଚାର କରାଯାଇଥିବା ଏହି ଖବର ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କାରଣ ଏହା ସହ ଭାରତର କୌଣସି ସଂପର୍କ ନାହିଁ ବୋଲି ସରକାରଙ୍କ ତରଫରୁ କୁହାଯାଇଛି. ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଖବର ପ୍ରଥମେ ରୁଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ସୁଦ୍ଧା ଏହାର ପ୍ରଭାବ ଭାରତରେ ରହିବ ନାହିଁ । ରିପୋର୍ଟ ଅନୁସାରେ, ଦ ଇଣ୍ଟରନେଟ୍‌ କର୍ପୋରେଶନ ଅଫ୍‌ ଆସାଇଣ୍ଡ ନେମ୍ସ ଆଣ୍ଡ ନମ୍ବର୍ସ (ଆଇସିଏଏନ୍‌ଏନ୍‌) ନନ୍‌ ପ୍ରଫିଟ୍‌ ପ୍ରାଇଭେଟ୍‌ ଅର୍ଗାନାଇଜେଶନ୍‌ ଡୋମେନ୍‌ ନାମକ ସଂସ୍ଥା ଆଇପି ଆଡ୍ରେସ୍‌ ଦେଇଥାଏ. ଏହି ସଂସ୍ଥା ନିଜର କ୍ରେପ୍ଟୋଗ୍ରାଫିକ୍‌ରେ ବଡ ଧରଣର ଅଦଳ ବଦଳ କରିବାକୁ ଯାଉଛି। ଯାହା ଫଳରେ ସାରା ଭାରତ ବର୍ଷରେ ଇଣ୍ଟରନେଟ୍ ସେବା ଉପରେ ବାଧା ଉପୁଜିବ. କାରଣ ମୁଖ୍ୟ ଡୋମେନ୍‌ ସର୍ଭର ଓ ଓ୍ବେବକୁ କଣ୍ଟ୍ରୋଲ କରୁଥିବା ଇନଫ୍ରାଷ୍ଟ୍ରକଚରକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯିବ। ହେଲେ ଏହାଦ୍ୱାରା ସମ୍ପୂର୍ଣ୍ଣ ରୂପେ ଇଣ୍ଟରନେଟ୍‌ ସେବା ବନ୍ଦ ହେବ ନାହିଁ। ତେଣୁକରି ଲୋକମାନଙ୍କୁ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ.

 

LEAVE A REPLY

Please enter your comment!
Please enter your name here