ଏମିତି ବି ଘଟଣା ଘଟିପାରେ. ବାପା ବି ପାଲଟି ଯାଇପାରେ ପିଶାଚ. ନିଜର କୁତ୍ସିତ କାମନା ମେଣ୍ଟାଇବା ପାଇଁ ନିଜ ଜନ୍ମିତ ଝିଅ ଉପରେ ପାଶବିକ ଅତ୍ୟଚାର କରିବାର ପାପ ଯିଏ କରେ, ତାକୁ କଣ ବାପା କୁହାଯାଇପାରିବ ? ପସ୍କୋ କୋର୍ଟ ଏଭଳି ଏକ ପାଶବିକ ଅତ୍ୟାଚାରକୁ ନେଇ ଐତିହାସିକ ରାୟ ଶୁଣାଇଛନ୍ତି. ବାପା ଦ୍ବାରା ଧର୍ଷିତା ହୋଇଥିବା ଜଣେ ନାବାଳିକା ପିଡୀତା ତେର ସପ୍ତାହର ଗର୍ଭବତୀ ହୋଇଥିଲେ. ଗର୍ଭପାତ ପାଇଁ ଅଦାଲତର ଅନୁମତି ମାଗିଥିବା ପିଡୀତାଙ୍କୁ କୋର୍ଟ ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଛନ୍ତି।
ଅଭିଯୁକ୍ତ ବାପା ଧିରଜ କୁମାରଙ୍କ ନାରେ ପୀଡିତାଙ୍କ ମା ଅଭିଯୋଗ ଆଣିବା ପରେ ଏହି ଘଟଣା ପଦାକୁ ଆସିଥିଲା. ପରେ ଧିରଜଙ୍କୁ ପୋଲିସ ଗିରଫ କରିଥିଲା.

LEAVE A REPLY

Please enter your comment!
Please enter your name here