ଉପନିର୍ବାଚନ ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ରାଜନୀତୀକୁ ନେଇ ବଢ଼ିଛି ଚିନ୍ତା। ବିଜୁ ଜନତା ଦଳ ଏକ ପଟେ ପ୍ରାର୍ଥୀ ଚୟନକୁ ନେଇ ଚିନ୍ତିତ ଥିବା ବେଳେ, ଅନ୍ୟପଟେ କର୍ମୀମାନେ ଦଳ ଛାଡ଼ୁଛନ୍ତି। ଆଜି ମଧ୍ୟ ଦଳକୁ ଏକ ବଡ଼ ଝଟକା ଲାଗିଛି— ଜିଲ୍ଲା ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ବିଜେଡ଼ି ଛାଡ଼ିଛନ୍ତି। ଏହା ସହିତ ଦଳ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋକୁ ପଠାଇଦେଇଛନ୍ତି । ନିକଟରେ ବିଜେପିରେ ଯୋଗ ଦେଇଥିବା ଜୟ ଢୋଲକିଆଙ୍କୁ ସମର୍ଥନ ଜଣାଇ ବିଜେଡ଼ିକୁ ଛାଡ଼ିଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡ଼ି ଜୟଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ।ଏହି ଘଟଣା ପରେ ଅନେକ କର୍ମୀ ଜୟଙ୍କ ସମର୍ଥନରେ ବିଜେଡ଼ି ଛାଡ଼ି ଦେଉଛନ୍ତି। ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଯାଇ ଜୟଙ୍କ ନାମାଙ୍କନ ଶୋଭାଯାତ୍ରାରେ ଯୋଗଦେବେ। ସେହି ସମୟରେ ପ୍ରାୟ ୨୦୦୦ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି।













