ପାକିସ୍ତାନ ପୂର୍ବରୁ ଚୀନ୍ର ଅସ୍ତ୍ର ଓ ସହଯୋଗରେ ଭାରି ନିର୍ଭର କରୁଥିଲା। କିନ୍ତୁ ଏବେ ସେ ତୁର୍କୀ ସହ ଅଧିକ ନିକଟ ହେଉଛି । ଏବେ ଚୀନ୍ଠାରୁ ଭରସା କମିଛି, ତେଣୁ ପାକିସ୍ତାନ ନୂତନ ମିତ୍ର ଖୋଜୁଛି। ତୁର୍କୀ ଓ ପାକିସ୍ତାନ ଦୁଇ ଦେଶରେ ସାମରିକ ସହଯୋଗ ବଢ଼ୁଛି। ଖବର ଅନୁସାରେ ପାକିସ୍ତାନ ତୁର୍କୀରୁ ୭୦୦ରୁ ଅଧିକ ଗୁପ୍ତଚର , ଡ୍ରୋନ୍ କିଣିବାକୁ ପ୍ରାୟ ୯୦୦ ମିଲିୟନ୍ ଡଲାର୍ର ବଡ଼ ଚୁକ୍ତି କରିଛି।
ଭାରତର ଦ୍ରୁତ ବିକାଶ ଏବଂ କ୍ଷମତା ବଢ଼ୁଥିବାରୁ ପାକିସ୍ତାନ ନୂତନ ସାମରିକ ସହଯୋଗୀ ଖୋଜୁଛି। ପୂର୍ବରୁ ଭୁକମ୍ପ ଭଳି ବିପଦରେ ଭାରତ ତୁର୍କୀକୁ ସହଯୋଗ କରିଥିଲେ, ତଥାପି ଏବେ ତୁର୍କୀ ଭାରତ ବିରୋଧୀ ମଞ୍ଚରେ ପାକିସ୍ତାନ ସହ ଆସୁଛି ବୋଲି ଅଭିପ୍ରାୟ ଶୁଣିବାକୁ ମିଳୁଛି। କିଛି ରିପୋର୍ଟ ଦାବି କରୁଛି ଯେ ସାମରିକ କାର୍ଯ୍ୟନିୟୋଗ ସମୟରେ ପାକିସ୍ତାନକୁ ତୁର୍କୀ ଡ୍ରୋନ୍ ସହଯୋଗ ମଧ୍ୟ ଦେଇଥିଲା।
ଭାରତ ଓ ତୁର୍କୀର ସମ୍ପର୍କ ପୂର୍ବେ ଅତ୍ୟନ୍ତ ଭଲ ଥିଲା । ଯେତେବେଳେ କୌଣସି ସମସ୍ୟା ଆସୁଥିଲା, ଭାରତ ସବୁବେଳେ ତୁର୍କୀଙ୍କ ସାଥ ଦେଇଥିଲା । ବିପଦକାଳରେ ସହାୟତା କରିବାକୁ ଆଗୁଆଣ ହୋଇଥିଲା । ତୁର୍କୀରେ ଯେତେବେଳେ ଭୂମିକମ୍ପ ଘଟିଥିଲା, ପ୍ରଥମେ ଭାରତ ସହାୟତାର ହାତ ବଢାଇଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତି ପୂର୍ଣ୍ଣ ଭାବେ ପରିବର୍ତ୍ତିତ ହୋଇଯାଇଛି । ଗୋପନୀୟ ଭାବରେ ତୁର୍କୀ ଭାରତକୁ ପ୍ରତିଦ୍ବନ୍ଦ୍ୱୀ ଭାବରେ ଦେଖୁଛି । ପାକିସ୍ତାନ ସହିତ ଭାରତର ଦ୍ୱନ୍ଦ୍ୱ ସମୟରେ ଏହା ପ୍ରକାଶ୍ ହୋଇଗଲା । ‘ଅପରେସନ୍ ସିନ୍ଦୂର’ ସମୟରେ ତୁର୍କୀ ପାକିସ୍ତାନକୁ ଘାତକ ଡ୍ରୋନ୍ ସରବରାହ କରିଥିବା ତଥ୍ୟ ସ୍ପଷ୍ଟ ହେଲା । ଭାରତ ଠାରୁ ପଛରେ ଥିବା ସତ୍ୱେ, ତୁର୍କୀ ଏବେ ନିଜକୁ ଭାରତ ସହ ସମାନ ଭାବୁଛି । ୪୬୦୦ କିଲୋମିଟର ଦୂରରେ ଥିଲେମଧ୍ୟ, ତୁର୍କୀ ଭାରତକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛି ।














