୨୦୧୯ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷାଫଳ ଜୁନ୍ ୧୦ ସୁଦ୍ଧା ପ୍ରକାଶ ପାଇବ । ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଇନଷ୍ଟାଣ୍ଟ ଜୁଲାଇ ୧୨ ସୁଦ୍ଧା ଦେବେ । ସେହିପରି ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୧୮ରୁ ଆରମ୍ଭ ହୋଇ ୩୦ ତାରିଖରେ ସରିବ ବୋଲି ପରିଷଦ ପକ୍ଷରୁ ସୁଚନା ମିଳିଛି । ଯୁକ୍ତ ୨ ପରୀକ୍ଷା ପାଇଁ ଅନଲାଇନ ଫର୍ମ ପୁରଣ ହେବ । ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୁରଣ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ୨୯ରେ ସରିବ । ସେହିପରି ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୁରଣ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୭ରେ ସରିବ ।

LEAVE A REPLY

Please enter your comment!
Please enter your name here