ଭାରତୀୟ ନୌସେନାର କମାଣ୍ଡର ତଥା ଗୋଲ୍ଡେନ ଗ୍ଲୋବ ରେସ ର ଅଧିନାୟକ ଅଭିଳାଷ ଟମି ସମୁଦ୍ର ମଝିରେ ଫଶି ରହିଥିବାବେଳେ ତାଙ୍କୁ ସୋମବାର ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଫ୍ରାନ୍ସ ନୌସେନା ସହାୟତାରେ ୩ଦିନ ପରେ ଭାରତୀୟ ନୌସେନା ତାଙ୍କୁ ଉଦ୍ଧାର କରିଥିବା ପ୍ରକାଶ କରିଛି ।
ସୁଚନାଅନୁସାରେ ୨୧ ତାରିଖରେ ଗୋଲ୍ଡେନ ଗ୍ଲୋବ ରେସ ରେ ଭାଗନେବା ସମୟରେ ସମୁଦ୍ରରେ ଆସିଥିବା ପ୍ରବଳ ଝଡ ଯୋଗୁ ତାଙ୍କ ଡଙ୍ଗାଟି କ୍ଷତିଗ୍ରସ୍ତ ହୋଇଥିଲା । କେବଳ ସେତିକି ନୁହେଁ ଏହାଦ୍ୱାରା ତାଙ୍କ ଅଣ୍ଟାରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ଏମିତି କି ସେ ଉଠି ଠିଆ ହେବା ଅବସ୍ଥାରେ ନଥିବା ଜଣାଇଥିଲେ । ଏହପରେ ତାଙ୍କୁ ଉଦ୍ଧାର କରିବା କାମକୁ ଜୋରଦାର କରାଯାଇଥିଲା । ଏଥିପାଇଁ କିଛି ଦେଶ ସହାୟତା କରିବାକୁ ଆଗେଇ ଆସିଥିଲେ । ଏକ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ ତାଙ୍କ ନିକଟରେ ପହଁଞ୍ଚିବାକୁ ଚେଷ୍ଟା କରିଥିଲା । ସେ ଅଷ୍ଟ୍ରେଲିଆର ଦକ୍ଷିଣ ପଶ୍ଚିମ ଉପକୂଳଠାରୁ ପ୍ରାୟ ୩୨ ଶହ କିଲୋମିଟର ଦୂରରେ ସମୁଦ୍ର ମଝିରେ ଏକାକି ଫଶି ରହିଥିଲେ । ଶୁକ୍ରବାର ଦିନ ହୋଇଥିବା ତୋଫାନରେ ୧୪ ମିଟର ଉଚ୍ଚା ଲହଡି ଏବଂ ୧୩୦ କିମିରେ ପବନ ବହିଥିବା କାରଣରୁ ଏହି ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here