କେରଳର ଭୟଙ୍କର ବନ୍ୟା କବଳରୁ ଭାରତୀୟ ସେନା ଉଦ୍ଧାର କଲେ ଜଣେ ଗର୍ଭବତୀ ମହିଳାଙ୍କୁ। ଠିକଣା ସମୟରେ ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯିବା ସହ ଡାକ୍ତରଖାନା ପଠା ଯାଇଥିଲା। ଉଦ୍ଧାର କରାଯିବାର ଅଧଘଣ୍ଟା ମଧ୍ୟରେ ଉକ୍ତ ମହିଳା ଏକ ସନ୍ତାନ ଜନ୍ମ କରିଥିଲେ।
ଭାରତୀୟ ଯବାନଙ୍କ ଅଦମ୍ୟ ସାହାସ କେରଳର ବନ୍ୟା ପ୍ରପିଡୀତଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି। ଯୁଦ୍ଧ ଭୂମିରେ ଯେପରି ସାହାସ ପ୍ରଦର୍ଶନ କରି ସେନା ବାହାନୀ କାର୍ଯ୍ୟ କରେ ସେପରି ଦକ୍ଷତା ପ୍ରଦର୍ଶନ କରିଛି କେରଳର ଭୟଙ୍କର ବନ୍ୟା ଅଞ୍ଚଳରେ। ଏନାକୁଲମ ଜିଲ୍ଲାର ଆଲୁଆ ଅଞ୍ଚଳରେ ସେନା ବାହିନୀର ଦୁଃସାହାସିକତା କେବଳ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛି ତାହା ନୁହେଁ, ବରଂ ସଂମ୍ପୃକ୍ତ ମହିଳା ସୁସ୍ଥ ଶିଶୁ ଜନ୍ମ କରିବାରେ ସକ୍ଷମ ହୋଇଛନ୍ତି। ପ୍ରସବ ବେଦନା ଭୋଗୁଥିବା ମହିଳା ଜଣକ ସମ୍ପୂର୍ଣ୍ଣ ପାଣି ଘେରରେ ଥିଲେ। ଖବର ପାଇ ସେନାର ଯବାନ ହେଲିକପ୍ଟର ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ କୋଚି ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ମହିଳା ଜଣେ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି।

LEAVE A REPLY

Please enter your comment!
Please enter your name here