ବାୟୁ ପ୍ରଦୂଷଣ ସ୍ଥିତି ସୁଧୁରିବା ନାଁ ଧରୁନି । ବରଂ ଶୀତ ବଢିବା ସାଙ୍ଗକୁ ପ୍ରଦୂଷଣ ମାତ୍ରା ବି ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣ ପାଇଁ ଗୋଟିଏ ସପ୍ତାହ ସ୍କୁଲ ବନ୍ଦ ରଖାଯାଇଥିଲା । ଆସନ୍ତାକାଲି ସ୍କୁଲ ଖୋଲିବାର ଥିବା ବେଳେ ଆଜି ଦିଲ୍ଲୀ ସରକାର ଅନିର୍ଦ୍ଧିଷ୍ଟ ସମୟ ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି । ତେବେ ସ୍କୁଲ ବନ୍ଦ ରହିଲେ ମଧ୍ୟ ଅନଲାଇନ କ୍ଲାସ ଅବ୍ୟାହତ ରହିବ ବୋଲି କହିଛନ୍ତି ।

ଶନିବାର ଦିଲ୍ଲୀରେ ଏୟାର କ୍ବାଲିଟୀ ଇଣ୍ଡେକ୍ସ 374 ଥିବା ବେଳେ ରବିବାର ଦିନ ସକାଳ 9ଟାରେ ଏହା 384କୁ ବୃଦ୍ଧି ପାଇଛି ।

ୟାନବାହନ ଚଳାଚଳ, ନିର୍ମାଣ କାର୍ଯ୍ୟରେ କଟକଣା ଏବଂ ନଡା ନ ପୋଡିବା ପାଇଁ ଚାଷୀଙ୍କୁ ନିବେଦନ କରାଯିବା ପରେ ବି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାରେ ସୁଧାର ଆସିନି ।

LEAVE A REPLY

Please enter your comment!
Please enter your name here