ଅଲଗା ଜାତିର ପୁଅକୁ ପ୍ରେମ କରୁଥିବାରୁ ଜଣେ ଯୁବତୀଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଗାଁ ଲୋକଙ୍କ ନିର୍ଦ୍ଦେଶ ଅନୁଯାୟୀ ଯୁବତୀ ଜଣଙ୍କ ପ୍ରେମିକଙ୍କୁ କାନ୍ଧରେ ବୋହି ଚାଲିଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ୩୪୦ କିଲୋମିଟର ଦୂରରେ ଥିବା ଝାବୁଆ ଜିଲ୍ଲାର ଦେବୀଗଡ଼ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରଚଣ୍ଡ ଖରାରେ ଖାଲି ପାଦରେ ଯୁବତୀ ଜଣଙ୍କ ପ୍ରେମିକକୁ କାନ୍ଧରେ ବୋହି ନେଉଥିବାର ଏକ ଭିଡିଓ ଦେଖିବାକୁ ମିଳିଛି । ୩୩ ସେକେଣ୍ଡର ଏହି ଭିଡିଓରେ ଯୁବତୀ ଜଣଙ୍କ କାନ୍ଧରେ ପ୍ରେମିକଙ୍କୁ ବୋହି ନେଉଥିବାବେଳେ କିଏ ଖୁସିରେ ନାଚୁଛି, ତ ଆଉ କିଏ ମୋବାଇଲରେ ଏହି ଦୃଶ୍ୟକୁ ସୁଟିଂ କରି ଖୁସି ହେଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here