ରାସ୍ତାରୁ ହଟିବ ପୁରୁଣା ଗାଡି । 20 ବର୍ଷରୁ ଅଧିକ ପୁରୁଣା ଘରୋଇ ଗାଡି ଆଉ ଚାଲିପାରିବନି । ସେହିପରି 15 ବର୍ଷରୁ ଅଧିକ କମର୍ସିଆଲ ଗାଡି ମଧ୍ୟ ରାସ୍ତାରୁ ହଟାଇବାକୁ ବ୍ୟବସ୍ଥା କରାଯାଇଛି । ଆଜି କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ସ୍କ୍ରାପ୍ ପଲିସି ପ୍ରଣୟନ କରିବେ । ଏହାଫଳରେ ବାୟୁ ପ୍ରଦୂଷଣ ଓ ସଡକ ଦୁର୍ଘଟଣାକୁ ଅନେକାଁଶରେ ରୋକାଯାଇପାରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here