ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି ଦୁଇ ତିନି ଜଣ ଆତଙ୍କବାଦୀ | ଏଲ୍‌ଓସି ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି | ଏନେଇ ଜମ୍ମୁ ଓ କଶ୍ମୀର କଠୁଆ ଜିଲ୍ଲା ହୀରାନଗରରୁ ପାଞ୍ଚ କିଲୋମିଟର ପରିସରରେ ଆସୁଥିବା ୫୨ଟି ସ୍କୁଲ ବନ୍ଦ ରହିଛି | ତେବେ ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ଯବାନ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି | ସେନା ପକ୍ଷରୁ ବିଳମ୍ବିତ ରାତି ଯାଏଁ ସର୍ଚ୍ଚ ଅପରେସନ ଜାରି ରହିଥିଲା | ଏହା ପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ କଟୁଆରେ ପୋଲିସ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଭର୍ତ୍ତି ଏକ ଟ୍ରକ୍‌କୁ ଜବତ କରିଥିଲା | ଆତଙ୍କବାଦୀଙ୍କଠାରୁ ୪ଟି ଏକେ-୫୬, ୨ଟି ଏକେ-୪୭ ଓ ୬ଟି ମାଗାଜିନ ଏହା ସହିତ ଟ୍ରକରୁ ୧୮୦ କ୍ୟାଟ୍ରିସ୍‌ ମଧ୍ୟ ମିଳିଥିଲା । ଏମାନଙ୍କୁ ପଞ୍ଜାମ ଓ ଜାମ୍ମୁ ସୀମା ଲଖନପୁର ଅଂଚଳରୁ ଗିରଫ କରାଯାଇଥିଲା |
ସେପଟେ ଜୈଶ-ଏ-ମହମ୍ମଦ ୩ ବଡ ହସ୍ତୀଙ୍କ ଉପରେ ଆକ୍ରମଣ କରିବା ନେଇ ଯୋଜନା କରୁଛି | ଜୈଶ-ଏ-ମହମ୍ମଦ ନଜରରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ଏନଏସଏ ଅଜିତ ଡୋଭାଲ ରହିଛନ୍ତି | ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ଶେଷ ସୁଦ୍ଧା କିମ୍ବା ପୂଜା ଭିଡରେ ଆତ୍ମଘାତୀ ହମଲା ପାଇଁ ଜୈଶ-ଏ-ମହମ୍ମଦ ଯୋଜନା କରୁଥିବା ସୂଚନା ରହିଛି | ଭାରତର ବଡ ଚେହେରାକୁ ଟାର୍ଗେଟ୍ କରି ଚାଂଚଲ୍ୟ ଖେଳାଇ ଦେବାକୁ ଯୋଜନା କରିଛି ଜୈଶ–ଏ-ମହମ୍ମଦ |

LEAVE A REPLY

Please enter your comment!
Please enter your name here