ପ୍ରାଇଭେସି ପଲିସିକୁ ନେଇ ହ୍ୱାଟ୍ସଆପର ସ୍ପଷ୍ଟୀକରଣ । ଷ୍ଟାଟସ ମାଧ୍ୟମରେ ସମସ୍ତ ୟୁଜର୍ସଙ୍କୁ ବାର୍ତ୍ତା ଦେଇଛି ହ୍ୱାଟ୍ସଆପ । ଆପଣ ସେୟାର କରିଥିବା ଲୋକେସନକୁ ଦେଖିପାରେ ନାହିଁ । ଏହାସହ ଫେସବୁକ ସହ ହ୍ୱାଟ୍ସଆପ୍ କମ୍ପାନୀ କୌଣସି କଂଟାକ୍ଟ ସେୟାର କରେନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି କମ୍ପାନୀ । ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ବ୍ୟବହାରକାରୀଙ୍କ ଚିନ୍ତା ବଢାଇଛି । ନିତିଦିନିଆ କାମରେ ବ୍ୟବହାର କରାଯାଉଥିବା ହ୍ୱାଟ୍ସ ଆପ୍ ସତରେ କଣ ଆଉ ସୁରକ୍ଷିତ ନୁହେଁ । କମ୍ପାନୀ ପକ୍ଷରୁ ନୂଆ ପଲିସି ଘୋଷଣା ପରେ ଏହାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହୋଇଛି । ଏପରି ସ୍ଥିତିକୁ ଦେଖି ବ୍ୟବହାରୀକାରୀଙ୍କ ପାଇଁ ଶନିବାର ଦିନ ବଡ ଘୋଷଣା କରିଥିଲା କମ୍ପାନୀ । ପ୍ରାଇଭେସୀ ପଲିସିକୁ ଗ୍ରହଣ କରିବା ସମୟକୁ ୩ମାସ ପାଇଁ ସ୍ଥଗିତ ରଖିଛି କମ୍ପାନୀ । ହ୍ୱାଟ୍ସଆପ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ, ଫେବୃୟାରୀ ୮ତାରିଖରେ କୌଣସି ହ୍ୱାଟ୍ସଆପ୍ ଆକାଉଂଟ ଡିଲିଟ କରିବାକୁ ପଡିବ ନାହିଁ । ହ୍ୱାଟ୍ସଆପରେ ଗୋପନୀୟତା ଏବଂ ସୁରକ୍ଷା କିଭଳି କାମ କରୁଛି ସେ ନେଇ ସୂଚନା ଦେବା ଲାଗି ଆଗକୁ ଆହୁରୀ ଅଧିକ କାମ ଚାଲିଛି । ଆସନ୍ତା ମେ’ ୧୫ରେ ନୂଆ ଅପଡେଟ ଅପସନ ଉପଲବ୍ଧ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଦୂର ହୋଇଯିବ ।

LEAVE A REPLY

Please enter your comment!
Please enter your name here