ସବୁଠୁ ଅଧିକ ଦିନ କ୍ଷମତାରେ ଥିବା ଦେଶର ସର୍ବପୁରାତନ ଦଳ କଂଗ୍ରେସ ଏବେ ସଂକଟରେ । ମୁଣ୍ଡ ଉପରେ ପାଞ୍ଚଟି ରାଜ୍ୟର ନିର୍ବାଚନ ଥିବା ବେଳେ କେମିତି ମୁକାବିଲା କରିବେ ନିର୍ବାଚନକୁ, ତାକୁ ନେଇ ଚିନ୍ତାରେ ସୁପ୍ରିମୋ । ତେଣୁ ଆର୍ଥିକ ସଂକଟ ଏଡାଇବା ପାଇଁ ବାଟ ଖୋଜିବା ଆରମ୍ଭ କରିଛି ଦଳ । ଏସଓଏସ ମେସେଜ ମାଧ୍ୟମରେ ପାଣ୍ଠି ଯୋଗାଡ କରିବାକୁ ଉଦ୍ୟମ ଆରମ୍ଭ କରିଛି । ବିଭିନ୍ନ ରାଜ୍ୟ ସଂଗଠନ ସହ ପାର୍ଟି ମ୍ୟାନେଜରମାନେ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଆଲୋଚନା କରିଛନ୍ତି । ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ପରିଚାଳନା ପାଇଁ ଦଳ ପାଣ୍ଠି ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଛି । ଏବେ କଂଗ୍ରେସ କେବଳ ପଞ୍ଜାବ, ଛତିଶଗଡ ଓ ରାଜସ୍ଥାନରେ କ୍ଷମତାରେ ଥିବା ବେଳେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ମେଣ୍ଟ ସରକାରରେ ରହିଛି । ତେଣୁ କ୍ଷମତାରେ ଥିବା ରାଜ୍ୟରୁ ଅଧିକ ପାଣ୍ଠି ସଂଗ୍ରହ ପାଇଁ ଦଳ ଲକ୍ଷ୍ୟ ରଖିଛି । ମିଳିଥିବା ସୂଚନା ଅନୁଯାୟୀ, 2018-19ରେ ବିଜେପି ସର୍ବାଧିକ କର୍ପୋରେଟ ଚାନ୍ଦା ପାଇବାରେ ସମର୍ଥ ହୋଇଥିବା ବେଳେ କଂଗ୍ରେସର ସ୍ଥିତି ବହୁ ପଛରେ ରହିଛି । ବିଜେପି ସର୍ବାଧିକ 2319 କୋଟି ଟଙ୍କା ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର 376 କୋଟି । ଏଭଳି ସ୍ଥିତିରେ ଦଳର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ନିର୍ବାଚିତ ବିଧାୟକ ଓ ସାସଂଦଙ୍କ ପାଖରୁ ଅର୍ଥ ସଂଗ୍ରହ କରିବାକୁ ଚିନ୍ତା କରୁଛନ୍ତି ସୁପ୍ରିମୋ ।

LEAVE A REPLY

Please enter your comment!
Please enter your name here