ଦିନକୁ ଦିନ ମହମାରୀ କରୋନା ମାଡି ମାଡି ଯାଉଛି । ଏହି ମହାମାରୀ ଭାଇରସ କେବେ ସମଗ୍ର ବିଶ୍ୱରୁ ଲୋପ ପାଇବ ତାହା ମଧ୍ୟ କାହାକୁ ଜଣାନାହିଁ । ଏଥିପାଇଁ ଏବେ କଡାକଡି ନିୟମରେ ଦୋକାନ ବଜାର ଖୋଲା ରହୁଛି । ଏବଂ ବିଭିନ୍ନ ଗାଇଡଲାଇନ୍ ମଧ୍ୟ ଜାରି କରାଯାଉଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡିଦେଲେ ଆଉ ସବୁ ଦୋକାନ ବନ୍ଦ ରହୁଛି । ଏଭଳି ସ୍ଥିତିରେ ରାସ୍ତା କଡରେ ଛିଡା ହୋଇ ଫାଷ୍ଟଫୁଡ ଖାଇବା ମଧ୍ୟ ବନ୍ଦ ହୋଇଯାଇଛି । କାଁ ଭାଁ ଗୁପଚୁପ ବ୍ୟବସାୟୀ ବେପାର କରୁଛନ୍ତି । କିନ୍ତୁ ଅଧିକାଂଶ ସ୍ଥାନରେ ଗୁପଚୁପ୍ ବ୍ୟବସାୟୀଙ୍କର ଦର୍ଶନ ମିଳୁନି । କିନ୍ତୁ ଏବେ ଆପଣ ଏଟିଏମରୁ ପାଇପାରିବେ ଗୁପଚୁପ । କଥାଟା ଆଶ୍ଚର୍ଯ୍ୟ ଲାଗୁଛି ନା । ଆଗ୍ୟା ହଁ ଏବେ ଏଭଳି ଏକ ମେସିନ ବାହାରିଛି ଯାହା ଏବେ ସୋସିଆଲ ମିଡିଆରେ “ଗୁପଚୁପ ଏଟିଏମ୍ ମେସିନ “ନାମରେ ଭାଇରାଲ ହେବାରେ ଲାଗିଛି । ତେବେ ଏହାର ସତ୍ୟତା ଏବେ ଜଣା ପଡିନାହିଁ । । ମହାରାଷ୍ଟ୍ରର ଜଣେ ୟୁଜରସ୍ ଟ୍ୱିଟରେ ଏହି ମେସିନକୁ ସେୟାର କରି ଗୁପଚୁପ ମେସିନ ବୋଲି ସୂଚନା ଦେବା ସହ ମାର୍କେଟ ରେ ଲଞ୍ଚ କରିଥିବାର କହିଛନ୍ତି । ଏହି ଗୁପଚୁପ ମେସିନ୍ ମଧ୍ୟ ଏଟିଏମ୍ ପରି କାମ କରୁଛି । ଏଥିରେ ଏଟିଏମ୍ ପରି ଫିଚର୍ ମଧ୍ୟ ରହିଛି । ଯାହା ମାଧ୍ୟମରେ ଆପଣ ଗୁପଚୁପ କିଣି ପାରିବେ । ଯୁବକ ଜଣଙ୍କ ୨୦ ଟଙ୍କା ମେସିନରେ ପୁରାଇ ଗୁପ ଚୁପ ଆଣୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବି ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ମେସିନଟି ବାହାର କରିବାକୁ ଯୁବକଙ୍କୁ ୬ ମାସ ଲାଗିଯାଇଥିଲା ବୋଲି ସେ କହିଛନ୍ତି । ଏହାକୁ ଏବେ ଅଧିକରୁ ଅଧିକ ଲୋକ ଭିଡିଓଟିକୁ ସେୟାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here