ଇସ୍ତଫା ଦେଲେ ଚେତନ ଶର୍ମା । ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ । ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଜୟ ଶାହା । ଷ୍ଟିଙ୍ଗ ଅପରେସନରେ ଫସିଥିଲେ ବିସିସିଆଇ ଚୟନକମିଟି ମୁଖ୍ୟ ଚେତନ ଶର୍ମା । ଭାରତୀୟ କ୍ରୀକେଟ ଟିମର ଅନେକ ରାଜ ଖୋଲିଦେଇଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିିତି ସୃଷ୍ଟି ହୋଇଥିଲା । ଖେଳାଳୀଙ୍କ ଫିଟନେଓ ଠାରୁ ଆରମ୍ଭ କରି ଟିମ୍ ଚୟନ ପୁଣି ଅଧିନାୟକ , କୋଚଙ୍କ ମଧ୍ୟରେ ମନମାଳିନ୍ୟର ବହୁ ଗୁମର ଖୋଲିଥିଲେ ଚେତନ ଶର୍ମା ।

LEAVE A REPLY

Please enter your comment!
Please enter your name here