ୟୁଏସ ଏସିଆ ରାକିଂ 2018ରେ ପ୍ରକାଶ ପାଇଥିବା ଲିଷ୍ଟରେ ଭାରତର କେତେକ ଶିକ୍ଷଣୀୟ ଅନୁଷ୍ଠାନ ନିଜର ସ୍ଥାନ କବଜା କରିଛନ୍ତି. ତେବେ ଏହି ରାକିଂରେ ଭାରତର ଆଇଆଇଟି ବମ୍ବେ ସବୁଠୁ ଆଗରେ ରହିଛି. ସେହିପରି ଏସିଆ ରାକିଂରେ ଏହାର ସ୍ଥାନ 33 ନମ୍ବରରେ ରହିଛି. ପରେ ଆଇଆଇଟି ଦିଲ୍ଲୀ ରହିଛି ଯାହା ଏସିଆ ରାକିଂରେ 40ତମ ସ୍ଥାନରେ ରହିଛି. ଏହି ଲିଷ୍ଟରେ ଆଇଆଇଟି ମାଡ୍ରାସ 48ତମ ସ୍ଥାନରେ  ରହିଛି. ତା ପରେ ଆଇଆଇଟି ଖଡଗପୁର 53ତମ ସ୍ଥାନରେ ରହିଛି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ସବୁ କଲେଜକୁ ଶ୍ରେଷ୍ଠ ବୋଲି ବିବେଚିତ କରିବା ପାଇଁ କଡାକଡି ନିୟମ ଲାଗୁ କରାଯାଇଥିଲା. ଏହି କ୍ରମରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ 50ତମ ସ୍ଥାନରେ ରହିଛି ଓ ଆଇଆଇଟି କାନପୁର 61ତମ ସ୍ଥାନରେ ସାମିଲ ହୋଇଛି.

LEAVE A REPLY

Please enter your comment!
Please enter your name here