ନିଜସ୍ୱ ଅଞ୍ଚଳର ଏଚଡିଏଫସି ବ୍ୟାଙ୍କ ବନ୍ୟା ପୀଡ଼ିତ କେରଳର 30 ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ରାଜ୍ୟରେ ସହାୟତା ପାଇଁ 10 କୋଟି ଟଙ୍କା ରାଶି ପ୍ରଦାନ କରିଛନ୍ତି । ବ୍ୟାଙ୍କ ଆଜି ଏସଂପର୍କିତ ସୂଚନା ପ୍ରଦାନ କରିଛନ୍ତି ।

କେବଳ ଏତିକି ନୁହେଁ କେରଳର ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଋଣ ଓ କ୍ରେଡିଟ୍ କାର୍ଡର ମାସିକ କିସ୍ତିରେ ସୁଧ ଛାଡ଼ କରିବା ନେଇ ଘୋଷଣା କରିଛନ୍ତି ବ୍ୟାଙ୍କ ।

ଏଭଳି ବିପଦ ସମୟରେ ଆମେ କେରଳବାସୀଙ୍କ ସହ ଠିଆ ହେବୁ ବୋଲି କହିଛନ୍ତି ଏଚଡିଏଫସି ବ୍ୟାଙ୍କର ପ୍ରବନ୍ଧ ନିର୍ଦ୍ଦେଶକ ଆଦିତ୍ୟ ପୂରୀ ।

ଏହି 30ଟି ଗାଁରେ ବ୍ୟାଙ୍କ ତରଫରୁ ଚିକିତ୍ସା ପାଇଁ କ୍ୟାମ୍ପ ଖୋଲାଯିବ । ଏହା ବ୍ୟତୀତ ଶିକ୍ଷାନୁଷ୍ଠାନ ଗୁଡିକର ପୁନଃନିର୍ମାଣ କରାଯିବ । 10 କୋଟି ମଧ୍ୟରୁ ବ୍ୟାଙ୍କ କର୍ମଚାରୀମାନେ ନିଜର ଗୋଟିଏ ଦିନର ଦରମା ଦେଇଥିବା ବେଳେ ବାକି ରାଶି ବ୍ୟାଙ୍କ ତରଫରୁ ଦିଆଯାଇଥିଲା ।

 

LEAVE A REPLY

Please enter your comment!
Please enter your name here