‘ସର୍ଭ ନିଡି’ ନାମକ ଏନ୍‌ଜିଓ ବା ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଗୌତମ କୁମାର ଗୋଟିଏ ଦିନରେ ପ୍ରାୟ ହଜାରେ ଗରିବ ଲୋକଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ‘ୟୁନିଭର୍ସାଲ ବୁକ୍‌ ଅଫ୍‌ ରେକର୍ଡ’ରେ ନିଜର ନାଁକୁ ସ୍ଥାନିତ କରିପାରିଛନ୍ତି। ରବିବାର ସେ ୩ ଭିନ୍ନ ଭିନ୍ନ ସ୍ଥାନରେ ଗରିବ ଲୋକଙ୍କୁ ଖାଦ୍ୟ ଖୁଆଇଥିଲେ। ପ୍ରଥମେ ସେ ଗାନ୍ଧୀ ହସ୍ପିଟାଲ, ତା’ପରେ ରାଜେନ୍ଦ୍ର ନଗର ଓ ଶେଷରେ ଚୌତୁପାଲରେ ଥିବା ଆମ୍ମା ନାନ୍ନା ଅନାଥାଶ୍ରମରେ ଅନାଥମାନଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ଦେଇଥିଲେ। ‘ୟୁନିଭର୍ସାଲ ବୁକ୍‌ ଅଫ୍‌ ରେକର୍ଡସ୍‌’ର ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା କେଭି ରମଣ ରାଓ ଓ ତେଲେଙ୍ଗାନା ପାଇଁ ପ୍ରତିନିଧିତ୍ୱ କରୁଥିବା ଟିଏମ୍‌ ଶ୍ରୀଲଥା ଗୌତମ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ୨୦୧୪ରୁ ଗୌତମ କୁମାର ‘ସର୍ଭ ନିଡି’ ନାମକ ଏନ୍‌ଜିଓ ପ୍ରତିଷ୍ଠା କରିଥିବା ବେଳେ ଏବେ ଏଥିରେ ୧୪୦ ଭଲ୍ୟୁଣ୍ଟିୟର ଥିବା ସେ କୁହନ୍ତି। ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା କେହି ଯେମିତି ଭୋକିଲା ନ ମରୁ ।

LEAVE A REPLY

Please enter your comment!
Please enter your name here