ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଜଣେ ପୂର୍ବତନ ଜୁନିୟର୍‌ ଆସିଷ୍ଟାଣ୍ଟ୍‌ ଯୌନ ଉତ୍ପୀଡ଼ନର ଅଭିଯୋଗ କରିଛନ୍ତି । ଏ ନେଇ ଅନ୍‌ଲାଇନ୍‌ ଗଣମାଧ୍ୟମର ରିପୋର୍ଟ ପରେ ଆଜି ଶୁଣାଣୀ କରାଯାଉଛି ।

ସିଜେଆଇଙ୍କ ଅନୁଗାମୀ ପୀଠ ବିଚାରପତି ଅରୁଣ ମିଶ୍ର ଓ ସଞ୍ଜିବ ଖାନ୍ନା ଏହି ମାମଲାକୁ ପାରିତ କରି ନାହାଁନ୍ତି ଏବଂ ଖବରରେ ସଂଯମତା ରକ୍ଷା କରିବାକୁ ଗଣମାଧ୍ୟମକୁ କହିଛନ୍ତି । ୨୦୧୪ ମେ’ରୁ ୨୦୧୮ ଡିସେମ୍ବର ଯାଏଁ ସଂପୃକ୍ତ ମହିଳା କର୍ମଚାରୀ ଜଣଙ୍କ ସିଜେଆଇଙ୍କ ଅଧୀନରେ କାମ କରୁଥିଲେ । ସେ ପ୍ରଧାନବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ସେ କହିଛନ୍ତି ।

ପ୍ରଧାନ ବିଚାରପତି କହିଛନ୍ତି ଯେ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଉପରେ ଏବେ ଏକ ବଡ଼ ସଙ୍କଟ ଦେଖାଦେଇଛି ଓ ନ୍ୟାୟପାଳିକାକୁ ଅସ୍ଥିର କରିବାକୁ ଏହା ଏକ ‘ବଡ଼ ଷଡ଼ଯନ୍ତ୍ର’ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ ।

LEAVE A REPLY

Please enter your comment!
Please enter your name here