ଜାମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ କାରଣରୁ ବନ୍ଦ ହୋଇଯାଇଛି ବିଦ୍ୟୁତ ସେବା. ଯାହାକୁ ନେଇ ପୂରା ରାଜ୍ୟ ଅସୁବିଧାର ସମ୍ମୁଖୀନ ହେଉଛି. ବିଶେଷ ଭାବରେ ଛାତ୍ରଛାତ୍ରୀ ଓ ରୋଗୀମାନଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡୁଛି. ବିଦ୍ୟୁତ ନଥିବା କାରଣରୁ ଛାତ୍ରଛାତ୍ରୀ ପରୀକ୍ଷା ହଲରେ ମହମବତୀ ଲଗାଇ ପରୀକ୍ଷା ଦେଉଛନ୍ତି. ଅନ୍ୟପଟେ ହସ୍ପିଟାଲରେ ବିଦ୍ୟୁତ ନଥିବା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି. ଅଧିକମାତ୍ରାରେ ତୁଷାରପାତ କାରଣରୁ ଜାମ୍ମୁ-ଶ୍ରୀନଗର ରାସ୍ତା ବ୍ଲକ ହୋଇଯାଇଛି. ଏହାସହ କିଛି ବିମାନଉଡାଣକୁ ମଧ୍ୟ ରଦ୍ଦ କରାଯାଇଛି. ସେଓ ଚାଷ କରିଥିବା ଚାଷୀମାନଙ୍କ ଅବସ୍ଥା ମଧ୍ୟ ସଂପୂର୍ଣ୍ଣରୂପେ ଜଟିଳ ହୋଇପଡିଛି. ଏହାଛଡା ଅତ୍ୟଧିକ ତୁଷାରପାତ ସେଓ ବଗିଚାକୁ ନଷ୍ଟ କରିଦେଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here