ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା । ଡ୍ରଗ୍ସ ଲିଙ୍କ୍ ମାମଲାରେ ସାମିଲ ଥିବା ରିୟାଙ୍କୁ ମିଳିଲାନି ଜାମିନ୍ । ଜେଲରେ ହିଁ ରହିବେ ରିୟା । ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ତାଙ୍କର ଭାଇ ସୌଭିକଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି । କୋର୍ଟ କେବଳ ରିୟା ଏବଂ ଶୋଭିକଙ୍କୁ ନୁହେଁ ବରଂ ଅବଦୁଲ ବାସିତ, ଜାଏଦ ଭିଲାଟ୍ରା, ଦୀପେଶ ସାୱନ୍ତ ଏବଂ ସାମୁଏଲ ମିରାଣ୍ଡାଙ୍କ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ତେବେ ରିୟା ଚକ୍ରବର୍ତ୍ତୀ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିପାରନ୍ତି ବୋଲି କୁହାଯାଉଛି । ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଏହା କହିଛନ୍ତି ଯେ କୋର୍ଟ ଶୁଣାଣିର ସରକାରୀ କପି ପାଇବା ମାତ୍ରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ। ରିୟାଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟର ଧାରା ୨୦ଈ, ୨୭ଇ, ୨୮ ଏବଂ ୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲା ଅନୁସାରେ କେତେକ ଆକ୍ଟରେ ୧୦ ବର୍ଷ ପର‌୍ୟ୍ୟନ୍ତ ଦଣ୍ଡ ବିଧାନ ରହିଛି ।

LEAVE A REPLY

Please enter your comment!
Please enter your name here