ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ ବାସଭବନ ଆଗରେ ରାତିତମାମ ଧାରଣା ଦେଲେ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ବାମୀ. ପୂର୍ବତନ ଆଇପିଏସ ଅଧିକାରୀ କିରଣ ବେଦୀ ପୁଡୁଚେରୀରେ ସବୁ ବାଇକ ଆରୋହୀଙ୍କୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ. କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ ଜଣାଇ ରାସ୍ତାକଡରେ ଧାରଣା ଦେଇଥିଲେ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ. ପୁଡୁଚେରୀରେ କଂଗ୍ରେସ ସରକାର ଥିବାରୁ କେନ୍ଦ୍ର ଏନଡିଏ ସରକାରଙ୍କ ନିର୍ଦ୍ଦେଶରେ କିରଣ ବେଦୀ ତାଙ୍କୁ ହଇରାଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି.

LEAVE A REPLY

Please enter your comment!
Please enter your name here