ଭୁବନେଶ୍ୱର : ନବୀନ ନିବାସରେ ଆଜି ଶାହ କରିବେ ମଧ୍ୟାହ୍ନ ଭୋଜନ । ଲୋକସେବା ଭବନରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ନବୀନ ନିବାସରେ ଏକ ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଛି । ଏକାଠି ବସି ଖାଇଛନ୍ତି ଶାହ, ନବୀନ, ମମତା ଓ ନୀତିଶ । ମେନୁରେ ୫୦ ପ୍ରକାର ଖାଦ୍ୟ ସାମିଲ କରାଯାଇଛି । ପଞ୍ଚତାରକା ହୋଟେଲରୁ ଖାଦ୍ୟ ଅଣାଯାଇଥିବା ଜଣାପଡିଛି । ସମସ୍ତ ଖାଦ୍ୟ ଘରୋଇ ଶୈଳୀରେ ପ୍ରସ୍ତୁତ ହୋଇଛି । ଖାଦ୍ୟରେ ଭାତ, ଡାଲି, ରୁଟି, ବାଇଗଣ ଭଜା, ଆଳୁ ମଟର ମସଲା, ମାଛ ବେସର , ମଟନ, ଚିକେନ, ଚିଙ୍ଗୁଡି , ଦହି, ରାଇତା, ଟମାଟୋ ଚଟଣୀ, ଗୁବି ପନିର, ବୁନ୍ଦି ରାଇତା ସହ ରସମଲାଇ, ଚାଉଳଖିରି, ଛେନାପୋଡ, ହାକା ନୁଡୁଲ୍ସ ଆଦି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here