ନିଖୋଜର ୯ ଦିନ ପରେ ମିଳିଲା ଏଏନ-୩୨ ବିମାନର ଭଗ୍ନାବଶେଷ । ଅରୁଣାଚଳ ପ୍ରଦେଶର ସିଆଙ୍ଗୋ ଜିଲ୍ଲାର ଲିପୋରୁ ବିମାନର ଭଗ୍ନାଂଶ ମିଳିଛି । ଭାରତୀୟ ବାୟୂସେନାର ହେଲିକାପ୍ଟର ଏମଆଇ -୧୭ ଦ୍ୱାରା ଏହି ବିମାନର ସନ୍ଧାନ ମିଳିଛି । ଜୁନ୍ ୩ ତାରିଖରୁ ନିଖୋଜ ଥିଲା ଭାରତୀୟ ବାୟୁସେନାର ଏହି ବିମାନ । ବିମାନଟିରେ ୮ ଜଣ କ୍ରୁ ମେମ୍ବରଙ୍କ ସହ ୧୩ ଜଣ ଯାତ୍ରୀ ଥିଲେ । ଜୁନ୍ ୩ ତାରିଖ ୧୨ ଟା ୨୫ ମିନିଟ୍ରେ ଆସାମର ଜୋରହାଟରୁ ଉଡାଣ ଭରିଥିଲା ଏହି ବିମାନ । ତେବେ ଦିନ ୧ ଟା ସମୟରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିଲା । ବିମାନଟିକୁ ଖୋଜିବା ପାଇଁ ଭାରତୀୟ ବାୟୁସେନା ସୁଖୋଇ -୩୦ ଲଢୁଆ ବିମାନ ଏବଂ ଏମଆଇ -୧୭ ହେଲିକାପ୍ଟରକୁ ନିୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here