ଓଡିଶା କ୍ୟାଡରର ବରିଷ୍ଠ ଆଇ.ଏସ.ଏସ ଅଧିକାରୀ ପବନ ହଂସ ଲିମିଟେଡର ଚେୟାରମ୍ୟାନ ଓ ମ୍ୟାନେଜିଙ୍ଗ ଡାଇରେକ୍ଟର ଭାବେ ନିଯୁକ୍ତ ପାଇଛନ୍ତି । କେନ୍ଦ୍ରସରକାରଙ୍କ ବେସମାରିକ ବିମାନ ଚଳାଚଳ ବିଭାଗରେ ଯୁଗ୍ମ ସଚିବ ଥିବା ଉଷା ପାଢୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି । ପ୍ରଥମ ମହିଳା ଭାବେ ଉଷା ପାଢିଙ୍କୁ ପବନ ହଂସ ଲିମିଟେଡର ସିଏମଡି ଦାୟିତ୍ୱ ଦିଆଯାଇଛି । ପବନହଂସ ହେଉଛି ଭାରତର ସବୁଠାରୁ ବଡ ହେଲିକ୍ୟାପ୍ଟର ସେବା ଯୋଗାଉଥିବା କମ୍ପାନୀ । ଉଚ୍ଚ କୋଟିର ହେଲିକେପ୍ଟର ସେବା ସହିତ ଉନ୍ନତମାନ ରକ୍ଷଣାବେକ୍ଷଣରେ ଏହାର ବେଶ୍ ଖ୍ୟାତି ରହିଛି ।

LEAVE A REPLY

Please enter your comment!
Please enter your name here