ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଯୁବକଙ୍କୁ ଅପହରଣ ଅଭିଯୋଗ । ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଛକର ପୋନାଡ଼ ଭେଂକେଟ ରମଣ ଗତ ୬ ମାସ ପୂର୍ବେ ପଶ୍ଚିମ ଆଫ୍ରିକା ବ୍ଲୁ ଷ୍ଟାର କମ୍ପାନୀ ତରଫରୁ ପଶ୍ଚିମ ଆଫ୍ରିକାର ମାଲି ଅଂଚଳରେ ଡାଇମଣ୍ଡ ସିମେଣ୍ଟ କମ୍ପାନୀକୁ କାମ କରିବାକୁ ଯାଇଥିଲେ । ୫ ଦିନ ହେବ ପରିବାର ଲୋକଙ୍କ ସହ ଯୋଗାଯୋଗ ବିଛିନ୍ନ ହେବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଖବର ପାଇଲେ ଅଲଂକାଇଦା ନାମକ ଏକ ପାକିସ୍ତାନୀ ସଂସ୍ଥା ପୋନାଡ଼ ଭେଂକେଟ ରମଣଙ୍କୁ ଅପହରଣ କରିନେଇଛି ।

ଘରର ରୋଜଗାରିଆ ବଡ ପୁଅ ଏବେ ପାକିସ୍ତାନୀ କବଜାରେ । ପଶ୍ଚିମ ଆଫ୍ରିକାର ମାଲି ଅଂଚଳରେ ଏକ ସିମେଣ୍ଟ କମ୍ପାନୀରେ କାମ କରୁଥିବା ବେଳେ ଅଲଂକାଇଦା ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଦ୍ୱାରା ଅପହରଣ ହୋଇଛନ୍ତି । ଅନ୍ତର୍ଜାତୀୟ ଏବଂ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଅଂଚଳର ଯୁବକ ପୋନାଡ଼ ଭେଂକେଟ ରମଣ ୫-୬ ବର୍ଷ ହେଲା ମୁମ୍ବାଇରେ କାମ କରିଆସୁଥିଲେ । ଗତ ୬ ମାସ ପୂର୍ବେ ପଶ୍ଚିମ ଆଫ୍ରିକାରେ ଡାଇମଣ୍ଡ ସିମେଣ୍ଟ କମ୍ପନିରେ କାମ ଥିବାର ବ୍ଲୁ ଷ୍ଟାର କମ୍ପାନୀ ଦ୍ୱାରା ଜାଣିବାକୁ ପାଇଥିଲେ । କମ୍ପାନୀ ସହ ଚୁକ୍ତି କରି ଗତ ନଭେମ୍ବର ମାସରେ ପଶ୍ଚିମ ଆଫ୍ରିକା ଯାଇ କାମ ଆରମ୍ଭ କରିଥିଲେ। ୪-୫ ଦିନ ହେବ ପରିବାର ଲୋକେ ଭେଂକେଟଙ୍କ ସହ ଯୋଗାଯୋଗ କରିପାରୁନଥିଲେ । ଯାହାକୁ ନେଇ ପରିବାର ଲୋକେ ବିବ୍ରତ ଥିବା ବେଳେ ସିମେଣ୍ଟ କମ୍ପନିରୁ ଫୋନ କଲ କରି ଆପଣଙ୍କ ପୁଅକୁ ପୋଲିସ ଉଠାଇନେଇଛି ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ପରିବାର ଲୋକେ ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ଅଲଂକାଇଦା ନାମକ ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଅପହରଣ କରିନେଇଥିବା ଅଭିଯୋଗ ହେବା ପରେ ସେମାନେ ପୁନଶ୍ଚ ସିମେଣ୍ଟ କମ୍ପାନୀକୁ ଫୋନ କରି ସତ ଜାଣିବାକୁ ପାଇଥିଲେ । ଘଟଣାରେ କମ୍ପାନୀ ସଠିକ ତଥ୍ୟ ଦେଉନଥିବା ବେଳେ ଓଡିଶା ଏବଂ ଭାରତ ସରକାର ତୁରନ୍ତ ସେଠୁ ଉଦ୍ଧାର କରି ଘରକୁ ଫେରାଇ ଆଣିବାକୁ ବିନମ୍ର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here