ପ୍ରମୁଖ ହୀରା ବ୍ୟବସାୟୀ ରାଜେଶ୍ୱର ଉଡାନୀଙ୍କ ରହସ୍ୟମୟ ହତ୍ୟା ଘଟଣା ପରେ ମୁମ୍ବାଇ ପୋଲିସ ବର୍ତ୍ତମାନ ଟିଭି ସିରିୟଲ ‘ସାଥ୍ ନିଭାନା ସାଥିୟା’ର ଅଭିନେତ୍ରୀ ଦେବୋଲିନା ଭଟାଚାର୍ଯ୍ୟଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି. ଏହାସହ ରାଜନେତା ସଚିନ ପାୱାର ଦିନେଶ ପାୱାରଙ୍କୁ ମଧ୍ୟ ମୁମ୍ବାଇ ପୋଲିସ ଗିରଫ୍ କରିଛି. ତେବେ ପୂର୍ବରୁ ସଚିନ୍, ମହାରାଷ୍ଟ୍ର ମନ୍ତ୍ରୀ ପ୍ରକାଶ ମେହେଟ୍ଟାଙ୍କର ବ୍ୟକ୍ତିଗତ ସହାୟକ ଥିଲେ. ଗତ ନଭେମ୍ବର 28 ତାରିଖରୁ ପ୍ରମୁଖ ହୀରା ବ୍ୟବସାୟୀ ରାଜେଶ୍ୱର ଉଡାନୀ ନିଖୋଜ ଥିଲେ ଓ ମୁମ୍ବାଇ ପୋଲିସ ତୋଙ୍କୁ ଖୋଜାଖୋଜି କରୁଥିଲା. ପରେ ମହରାଷ୍ଟ୍ରର ପାନଭେଲ ଜଙ୍ଗଲରୁ ରାଜେଶ୍ୱରଙ୍କ ମୃତଦେହକୁ ପୋଲିସ ଠାବ କରିଥିଲା. ତେବେ ଏହି ଘଟଣାରେ ଏହି ଅଭିନେତ୍ରୀଙ୍କର କ’ଣ ସଂପର୍କ ରହିଛି ତାହା ଅଧିକ ତଦନ୍ତ ପରେ ହିଁ ଜଣାପଡିବ ବୋଲି ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here